www.samajalive.in
Thursday, December 11, 2025
13.1 C
Bhubaneswar

ଘନେଇଲା ଶ୍ରୀଲଙ୍କା ରାଜନୈତିକ ସଙ୍କଟ: ସଂସଦ ଭଙ୍ଗ

କଲମ୍ବୋ : ଶ୍ରୀଲଙ୍କାର ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ପଦରୁ ରାନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରିବାର ଦିନକ ପରେ ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ଶନିବାର ସଂସଦକୁ ଭଙ୍ଗ କରିଛନ୍ତି। ନଭେମ୍ବର ୧୬ ପର୍ଯ୍ୟନ୍ତ ୨୨୫ ସଦସ୍ୟ ବିଶିଷ୍ଟ ସଂସଦର ସମସ୍ତ ବୈଠକକୁ ରାଷ୍ଟ୍ରପତି ବାତିଲ କରିଥିବା ସଂସଦୀୟ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ୨୦୧୯ ଲାଗି ବାର୍ଷିକ ବଜେଟ୍‍ ଉପସ୍ଥାପନ ନିମନ୍ତେ ନଭେମ୍ବର ୫ରେ ସଂସଦୀୟ ଅଧିବେଶନ ବସିବାର ଥିଲା। ମାତ୍ର ବହିଷ୍କୃତ ପ୍ରଧାନମନ୍ତ୍ରୀ ରାନିଲ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ଲାଗି ସଂସଦର ଏକ ଜରୁରୀକାଳୀନ ଅଧିବେଶନ ଡକାଇଥିଲେ। ସମ୍ଭବତଃ ଏହି କାରଣରୁ ରାଷ୍ଟ୍ରପତି ଉପରୋକ୍ତ ପଦକ୍ଷେପ ନେଇଛନ୍ତି ବୋଲି ଆଲୋଚନା ହେଉଛି।
ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ରାଷ୍ଟ୍ରପତିଙ୍କ ଏଭଳି ପଦକ୍ଷେପ ଆର୍ଥିକ ଅସ୍ଥିରତା ସୃଷ୍ଟି କରିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ରାଜନୈତିକ ବିବାଦକୁ ନେଇ ସୃଷ୍ଟି ଏହି ଘଡିସନ୍ଧି ସମୟରେ ଶାନ୍ତି ବଜାୟ ରଖିବାକୁ ସଂସଦର ମୁଖପାତ୍ର କାରୁ କାୟସୂର୍ଯ୍ୟା ନିବେଦନ କରିଛନ୍ତି। ସମସ୍ୟାର ସମାଧାନ ଖୁବ୍‍ଶୀଘ୍ର କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଶ୍ରୀଲଙ୍କାର ସାମ୍ବିଧାନିକ ନିୟମର ଅନୁପାଳନ ପୂର୍ବକ ଯଥାଶୀଘ୍ର ପରିସ୍ଥିତି ସ୍ୱାଭାବିକ କରିବା ଲାଗି ଆମେରିକା, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ରୋମାନିଆ ଏବଂ ଇଂଲଣ୍ଡର ଉଚ୍ଚଯୁକ୍ତମାନେ ଶ୍ରୀଲଙ୍କାର ସମସ୍ତ ରାଜନୈତିକ ଦଳଗୁଡିକୁ ପରାମର୍ଶ ଦେଇଛନ୍ତି। ଏଥିସହ କୌଣସି ପ୍ରକାର ହିଂସାରୁ ଦୂରେଇ ରହିବା ସହ ଗଣମାଧ୍ୟମର ସ୍ୱାଧୀନତାକୁ ସମ୍ମାନ ଦେବା ଲାଗି ବିରୋଧୀ ଦଳଗୁଡିକୁ ମଧ୍ୟ ଆମେରିକା ଏବଂ ୟୁରୋପୀୟ ସଂଘ ପକ୍ଷରୁ ନିବେଦନ କରାଯାଇଛି। ସୂଚନା ଅନୁସାରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କ ସମର୍ଥକମାନେ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟାଳୟରେ ପ୍ରବେଶ କରି କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ।
ଉଲ୍ଲେଖ ଯେ, ଶିରିସେନାଙ୍କ ନେତୃତ୍ୱାଧୀନ ଦଳ ୟୁନାଇଟେଡ୍‍ ପିପୁଲ୍ସ ଫ୍ରିଡମ ଆଲାଏନ୍ସ (ୟୁପିଏଫ୍‍ଏ) ୟୁନାଇଟେଡ୍‍ ନ୍ୟାସନାଲ ପାର୍ଟି (ୟୁଏନ୍‍ପି)ଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ବିକ୍ରମସିଙ୍ଘେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories