www.samajalive.in
Saturday, December 13, 2025
26.1 C
Bhubaneswar

ତ୍ରିପୁରା ନିର୍ବାଚନ ପାଇଁ ବିଜେପି ଇସ୍ତାହାର

ଅଗରତାଲା  : ଆସନ୍ତା ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ଏଥିନିମନ୍ତେ ଗୁରୁବାର ବିଜେପି ତରଫରୁ ଇସ୍ତାହାର ଜାରି କରାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଇସ୍ତାହାର ଘୋଷଣା କରିଥିଲେ। ବିଜେପି ଇସ୍ତାହାରରେ ସମସ୍ତଙ୍କ ପାଇଁ ୫ଟଙ୍କାରେ ଭୋଜନ ବ୍ୟବସ୍ଥା, ଜନଜାତି ଅଞ୍ଚଳର ବିକାଶକୁ ଅଧିକ ଗୁରୁତ୍ବ, ଅଗରତାଲାରେ ରିଜିଓନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ହସପିଟାଲ ପ୍ରତିଷ୍ଠା, କୃଷକଙ୍କୁ ଆର୍ଥିକ ସହାୟତା​, ଶିଳ୍ପର ବିକାଶ ପାଇଁ ପଦକ୍ଷେପ ଆଦି ପ୍ରସଙ୍ଗ ରହିଛି। ସେହିପରି ପ୍ରତି ବାଳିକାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ନେଇ ଇସ୍ତାହାରରେ ଦର୍ଶାଯାଇଛି। ତ୍ରିପୁରାରେ ରବର, ବାଉଁଶ ଓ ଅନ୍ୟ ବନ୍ୟଜାତ ଦ୍ରବ୍ୟକୁ ନେଇ ଉଦ୍ୟୋଗ ପ୍ରତିଷ୍ଠା କରାଯିବ ବୋଲି ନଡ୍ଡା ଘୋଷଣା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories