www.samajalive.in
Saturday, December 13, 2025
26.1 C
Bhubaneswar

ଯୋଗାଣ ବିଭାଗ ତରଫରୁ ୯୦ବସ୍ତା  ଧାନ ଜବତ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ସ୍ଥିତ ପେଡାକୋଣ୍ଡା ଅଞ୍ଚଳରୁ ଚୋରା ଚାଲାଣ ହେଉଥିବା ଧାନ ଯୋଗାଣ ବିଭାଗ ତରଫରୁ ଜବତ କରଯାଇଛି । ସୂଚନା ମୁତାବକ ମାଲକାନଗିରି ଯୋଗାଣ ନିରୀକ୍ଷକ ପ୍ରଭୁ ରଞ୍ଜନ ମହାନ୍ତି ପଦମଗିରି ଅଞ୍ଚଳ ଗସ୍ତ କରି ବିଭିନ୍ନ ଅଞ୍ଚଳ ତଦନ୍ତ କରିବା ସମୟରେ ଏକ ଗାଡି ଓ ଡି ୩୦ ଡି ୬୧୨୦ରେ ୯୦ ବସ୍ତା ବେଆଇନ ଧାନ ପେଡାକୋଣ୍ଡା ଆଡକୁ ଯାଉଥିଲା । ହଠାତ ଏହି ଗଡିଟିକୁ ଦେଖି ଅଟକାଇ ପଚରାଉଚରା କରିବା ପରେ ଏହି ଧାନ ଚାଲାଣ  ହେଉଥିବା ଜାଣିବାକୁ ପାଇଥିଲେ । ଏମ.ଭି ୮୬ ଗ୍ରାମର ଅଜୟ ଆଡୋକ ନାମକ ବ୍ୟକ୍ତି ଏହି ଧାନ ଚାଷୀଙ୍କ ଘରରୁ କିଣି ନେଇ ଯାଉଥିବା ଜାଣିବାକୁ ପାଇଥିଲେ । ଧାନ ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ସମୁଦାୟ ୯୦ ବସ୍ତା ଧାନ ଜବତ କରାଯାଇଥିବା ଯୋଗାଣ ନିରୀକ୍ଷକ ପ୍ରଭୁ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories