www.samajalive.in
Saturday, December 13, 2025
26.1 C
Bhubaneswar

ଓଟ ପାଳିଲେ ମିଳିବ ଦଶହଜାର

ରାଜସ୍ଥାନ ସରକାର ଓଟଙ୍କ ସଂଖ୍ୟା କମିବା ଦେଖି ଚିନ୍ତାରେ ପଡ଼ିଗଲେଣି। ଓଟଙ୍କ ବଂଶବୃଦ୍ଧି ପାଇଁ ‘ଉଷ୍ଟ୍ର ସଂରକ୍ଷଣ ଯୋଜନା’ ପ୍ରଣୟନ କରିଛନ୍ତି। ଭାରତରେ ୯ଟି ପ୍ରଜାତିର ଓଟ ଦେଖାଯାନ୍ତି, ସେମାନଙ୍କ ମଧ୍ୟରୁ ୨ଟି ପ୍ରଜାତି ଓଟ ସଂଖ୍ୟା ପ୍ରତି ବର୍ଷ କମିବାରେ ଲାଗିଛି। ଓଟ ପାଳିଲେ ସେହି ବ୍ୟକ୍ତିଙ୍କୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଓଟର ଦେହ ଅସୁସ୍ଥ ହେଲେ, ଡାକ୍ତରୀ ଚିଠା ଦେଖାଇ ମଧ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ମିଳିବ ବୋଲି ଘୋଷଣା କରିଯାଇଛି। ଗୁଜରାଟ, ରାଜସ୍ଥାନ ଲୋକ ଓଟ ଖିର ବିକ୍ରି କରିବା ସହ ପର୍ଯ୍ୟଟନରେ ମଧ୍ୟ ଏହି ପ୍ରାଣୀର ଯଥା ଉପଯୋଗ କରି ବେଶ୍ ରୋଜଗାର କରୁଛନ୍ତି। ଏଥରକ କିନ୍ତୁ ରାଜସ୍ଥାନ ସରକାର ଏ ଦିଗରେ କଡ଼ା ନିୟମ ଲାଗୁ କରିଛନ୍ତି। ଅସୁସ୍ଥ ଓଟଙ୍କୁ ଜିନିଷପତ୍ର ନେବାଆଣିବାରେ କିମ୍ବା ଅନ୍ୟ କୌଣସି କାମରେ ଉପଯୋଗ କରାଯିବ ନାହିଁ। ଏମିତି କରିବା ଦେଖାଗଲେ ସେହି ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡ଼ିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories