www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠୁ ମାଟ୍ରିକ୍‌ ସମ୍ମେଟିଭ-୧

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ (ଏସଏ-୧) ପରୀକ୍ଷା ଆଜିଠୁ ଆରମ୍ଭ ହେବ । ରାଜ୍ୟରେ ମୋଟ ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ୫,୩୨,୭୧୨ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଆଜି ଇଂରାଜୀ ବିଷୟରେ ପରୀକ୍ଷା ହେବ। ୨୫ ତାରିଖରେ ଗଣିତ, ୨୬ରେ ମାତୃଭାଷା, ୨୮ରେ ସାଧାରଣ ବିଜ୍ଞାନ, ୨୯ ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ।

କପି ରୋକିବାକୁ ୩୬ଟି ସେଣ୍ଟ୍ରାଲ ସ୍କାଡ ବୋର୍ଡ ଦ୍ୱାରା ଗଠିତ ହୋଇଥିବାବେଳେ ଜିଲାସ୍ତରରେ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ୭୪ଟି ସ୍କ୍ବାଡ ରହିଛନ୍ତି। ଚଳିତବର୍ଷ ପ୍ରଶ୍ନପତ୍ର ସୁରକ୍ଷା ଉପରେ ବୋର୍ଡ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏଁ ନିରୀକ୍ଷକଙ୍କୁ ନିୟୋଜିତ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ କିମ୍ବା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେଇପାରିବେ ନାହିଁ। ଯଦି ମୋବାଇଲ ନେଇ କେହି ଧରାପଡନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

- Advertisement -

ସେହିପରି ସଂସ୍କୃତ ମଧ୍ୟମାରେ ଚଳିତବର୍ଷ ୨୯୧୪ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ସେମାନେ ୧୦୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭ ହାଜର ୧୮୧ ପରୀକ୍ଷାର୍ଥୀଙ୍କ ନିମନ୍ତେ ବୋର୍ଡ ଦ୍ୱାରା ୧୪୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ରଖିବା ନିମନ୍ତେ ରାଜ୍ୟରେ ୩୧୬ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା ହୋଇଛି।

ମାଓ ଅଞ୍ଚଳରେ ଯେପରି ପ୍ରଶ୍ନପତ୍ର ସୁରକ୍ଷିତ ରହିବ, ସେଥିପାଇଁ ୨୨ଟି ଥାନାରେ ନୋଡାଲ ସେଣ୍ଟର ଖୋଲାଯାଇଛି । ତନ୍ମଧ୍ୟରୁ କନ୍ଧମାଳରେ ୭, କୋରାପୁଟରେ ୫ ଏବଂ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର ରହିଛି। ଏହି ନୋଡାଲ ସେଣ୍ଟରଗୁଡିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ଏବଂ ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନୋତ୍ତର ଖାତାକୁ ନୋଡାଲ ସେଣ୍ଟରରେ ରଖାଯିବ। ଏଥିନିମନ୍ତେ ୭୬୧ଟି ଟିମ ଗଠିତ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories