www.samajalive.in
Friday, December 5, 2025
26.1 C
Bhubaneswar

ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା : ବୌଦ୍ଧଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସୋମବାର ଅପରାହ୍ନ ୫ଟାବେଳେ ଅଚାନକ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି । ମେଡିକାଲ ପରିଷ୍କାର ,ପରିଛନ୍ନ ସହିତ ରୋଗୀ ପଞ୍ଜିକରଣ ରେଜିଷ୍ଟର ,ମେଡିକାଲ ଭିତିଭୂମି ବୁଲି ଦେଖିଥିଲେ । ଖାଲିପଡିଥିବା ଜଣେ ଆୟୁଷ ଡାକ୍ତର,୨ଜଣ ଷ୍ଟାଫ୍‌ ନର୍ସ ସାଙ୍ଗକୁ ଜଣେ ଏନ.ଏ,ଏମ ପଦବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ସ୍ଥାନୀୟ ଲୋକେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କଥା ଦୋହରାଇବାରୁ ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ସେଠାରେ କିଛି ବୃଦ୍ଧ ,ବୃଦ୍ଧା ଭତା ଟଙ୍କା ପାଇନଥିବା କଥା କହିବାରୁ ସଙ୍ଗେ ସଙ୍ଗେ ହରଭଙ୍ଗା ଷ୍ଟେଟ ବ୍ୟାଙ୍କକୁ ଯାଇ ହିତାଧିକାରୀଙ୍କ ଟଙ୍କା ନମିଳିବା ସର୍ମ୍ପକରେ ଦେଢ ଘଂଟା ବସି ଖୋଳତାଡ କରିଥିଲେ । ହିତାଧିକାରୀଜଣଙ୍କୁ ମିଳିନଥିବା ୫ଶହ ଟଙ୍କା ପ୍ରାପ୍ୟ ମଧ୍ୟ ଦେବାର ବନ୍ଦୋବସ୍ତ କରିଥିଲେ । ଭତା ଟଙ୍କା ପାଇଁ ଯେଭଳି ହିତାଧିକାରୀ ହଇରାଣ ନହୁଅନ୍ତି ସେ ଦିଗରେ ଦୃଷ୍ଟି ଦେବାକୁ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ନିର୍ଦ୍ଦେଶ ଦେବା ସହ ବ୍ଲକ ପ୍ରଶାସନ ସହିତ ସମ୍ମନ୍ୱୟ ରଖି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories