www.samajalive.in
Saturday, December 6, 2025
17.1 C
Bhubaneswar

ଅର୍ଚ୍ଚନା ନାଗ ମାମଲା; କାର୍ଯ୍ୟାଳୟରେ ବ୍ୟବସାୟୀ

ଭୁବନେଶ୍ୱର: ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲାରେ ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦେଶାଳୟ । ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ବ୍ୟବସାୟୀ ଅମିୟକାନ୍ତ ଦାସ ହାଜର ହୋଇଛନ୍ତି । ଟଙ୍କା କାରବାରକୁ ନେଇ ଇଡି ଅମିୟକାନ୍ତଙ୍କୁ ପଚରାଉଚରା କରୁଛି । ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା ପଠାଇଥିଲେ ଅମିୟକାନ୍ତ । କାହିଁକି ଅମିୟକାନ୍ତ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ? କ’ଣ ପାଇଁ ଏକା ସଙ୍ଗେ ଦେଇଥିଲେ ଏତେ ଗୁଡ଼ିଏ ଟଙ୍କା ? ଅର୍ଚ୍ଚନାଙ୍କ ସହ କେଉଁ ବ୍ୟବସାୟ କରୁଥିଲେ ଅମିୟକାନ୍ତ ? ଟଙ୍କା ଦେବା ପଛର କ’ଣ ରହିଛି କାରଣ ? ଏପରି ଅନେକ ପ୍ରଶ୍ନ ଇଡି ତାଙ୍କୁ ପଚାରୁଥିବା ସୂଚନା ମିଳିଛି । ସେପଟେ ଅର୍ଚ୍ଚନାଙ୍କ ବ୍ୟବସାୟ ପାର୍ଟନର ଖଗେଶ୍ୱରଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ଇଡି । ଖଗେଶ୍ୱର ନିକଟରୁ ସତ ଓଗାରିବାକୁ ଇଡି ଜୋରଦାର ପ୍ରୟାସ କରୁଛି । ଘଟଣାକୁ ନେଇ ଇଡି ଆହୁରି ଖୋଳତାଡ଼ କରିବ । ଅନ୍ୟପଟେ ନାଗଙ୍କ ସହ ଅର୍ଥ କାରବାର କରିବାକୁ ନେଇ ଆହୁରି ୧୫ଜଣଙ୍କୁ ଇଡି ସମନ କରିଥିବା ସୂଚନା ମିଳିଛି । ଜଣକ ପରେ ଜଣେ ଇଡିର ସ୍କାନରକୁ ଆସିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଇଡି ପକ୍ଷରୁ ୧୫ଜଣଙ୍କୁ ହୋଇଥିବା ସମନରେ ନେତା, ବ୍ୟବସାୟୀ ଓ କିଛି ବିଶିଷ୍ଟ ବ୍ୟକ୍ତି ଥିବା କୁହାଯାଉଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories