www.samajalive.in
Saturday, December 13, 2025
26.1 C
Bhubaneswar

ଗୁରୁତର ପ୍ରସୂତୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ କାର୍ଯ୍ୟରତ ଏମ୍ସ ଡାକ୍ତର

ଭୁବନେଶ୍ବର: ଆଉ କିଛି ସମୟ ବିଳମ୍ବ ହୋଇଥିଲେ ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତୀ ମହିଳାଙ୍କର ଜୀବନ ବିପଦରେ ପଡିଥାଆନ୍ତା। ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ ରକ୍ତଦାନ କରିଥିଲେ ଏମ୍ସ ଭୁବନେଶ୍ବର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର।

ଗୁରୁତର ଏକ୍ଟୋପିକ୍ ଗର୍ଭ ପୀଡ଼ା ଭୋଗୁଥିବା ଜଣେ ମହିଳାଙ୍କୁ ତୁରନ୍ତ ବି-ନେଗେଟିଭ ଗ୍ରୁପର ରକ୍ତ ଆବଶ୍ୟକ ଥିବା ଜାଣିବାକୁ ପାଇଥିଲେ ଡ୍ୟୁଟିରେ ଥିବା ଏମ୍ସ ଭୁବନେଶ୍ବର ଡାକ୍ତର ମିଶ୍ର। ପ୍ରସୂତୀଙ୍କୁ ରକ୍ତ ଦେବାକୁ ସାଙ୍ଗରେ କେହି ସମ୍ପର୍କୀୟ ନଥିଲେ ଓ ସେହି ସମୟରେ ରକ୍ତ ଭଣ୍ଡାରରେ ବି-ନେଗେଟିଭ ଗ୍ରୁପର ରକ୍ତ ମଧ୍ୟ ମହଜୁଦ୍ ନଥିଲା। ମାତ୍ର ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଏବଂ ରକ୍ତସ୍ରାବ ହେଉଥିବା ଉକ୍ତ ପ୍ରସୂତୀଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ତେଣୁ ଜନନୀ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ରକ୍ତ ଦେବାକୁ ଆଗେଇ ଆସିଥିଲେ ଡା. ମିଶ୍ର। ଯଦି ସେହି ସମୟରେ ମହିଳାଙ୍କୁ ରକ୍ତ ପ୍ରଦାନ କରାଯାଇନଥାନ୍ତା ତେବେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲା ବୋଲି ଚିକିତ୍ସା କରିଥିବା ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ସଠିକ୍ ସମୟରେ ରକ୍ତ ପ୍ରଦାନ କରାଯାଇଥିବାରୁ ପ୍ରସୂତୀଙ୍କ ଜୀବନ ବଞ୍ଚାଯାଇପାରିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରସୂତୀ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି।

- Advertisement -

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଡ. ମିଶ୍ରଙ୍କ ଏପରି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହା ଏକ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories