www.samajalive.in
Saturday, December 13, 2025
26.1 C
Bhubaneswar

ପ୍ଲାଟଫର୍ମ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ୍‌: ୨ମୃତ, ୫ଗୁରୁତର

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି l ଆଜି ସକାଳ ପ୍ରାୟ ୬ଟା ୪୦ମି ସମୟରେ ବୈତରଣୀ ରୋଡ ପଟୁ ଯାଜପୁର ରୋଡ ଆଡ଼କୁ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ ହଠାତ ଲାଇନ ଚ୍ୟୁତ ହୋଇ ପ୍ଳାଟଫର୍ମ ଉପରକୁ ଚଢି ଯାଇଥିଲା l ପ୍ରାୟ ୨୦ଟି ବଗି ପ୍ଲାଟଫର୍ମ ଉପରକୁ ଚାଲି ଆସିଥିଲା l ଏହି ସମୟରେ ଟ୍ରେନକୁ ଅପେକ୍ଷା କରି ଛିଡ଼ା ହୋଇଥିବା କିଛି ଯାତ୍ରୀଙ୍କ ଉପରେ ଟ୍ରେନଟି ଚଢି ଯାଇଥିଲା l ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିଥିଲେ l ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି l ମୃତକ ୨ଜଣ ଯାକ ମହିଳା ବୋଲି ଜଣାପଡ଼ିଛି l ସେହିପରି ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି l ଆହୁରି କିଛି ଯାତ୍ରୀ ବଗି ତଳେ ଚାପି ହୋଇ ରହିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି l

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories