ଜାଡ଼ରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା; ସିମିଳିଗୁଡ଼ା ସବୁଠୁ ଥଣ୍ଡା
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଲାଣି । ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ପାରଦ ତଳମୁହାଁ ହେଉଥିବା ବେଳେ, କିଛି ସ୍ଥାନରେ ୯ ଡିଗ୍ରୀ ତଳେ ତାପମାତ୍ରା ଥିବା ରେକର୍ଡ କରାଯାଇଛି । ୮ ଡିଗ୍ରୀ ସହ ଜି. ଉଦୟଗିରି ଓ ସିମିଳିଗୁଡ଼ା ସବୁଠୁ ଥଣ୍ଡା ସ୍ଥାନ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ସୁନ୍ଦରଗଡ଼ କିରେଇରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ରହିଛି ୯.୬ ଡିଗ୍ରୀ ତାପମାତ୍ରା । କନ୍ଧମାଳର ଦାରିଙ୍ଗବାଡି ୧୦ଡିଗ୍ରୀ, କୋରାପୁଟ ୧୦ ଡିଗ୍ରୀ, କେନ୍ଦୁଝର୧୦ ଡିଗ୍ରୀ, କଳାହାଣ୍ଡିର ଭବାନୀପାଟଣା ୧୦.୬ ଡିଗ୍ରୀ, ଝାରସୁଗୁଡା ୧୦.୮ ଡିଗ୍ରୀ, ସମ୍ବଲପୁରର ଚିପିଲିମା ୧୦.୮ ଡିଗ୍ରୀ, ସୁନ୍ଦରଗଡ ୧୨.୫ ଡିଗ୍ରୀ ଓ ଦେବଗଡରେ ୧୨.୫ ଡିଗ୍ରୀ ତାପମାତ୍ରା ରହିଛି ।
Comments are closed.