www.samajalive.in
Saturday, December 13, 2025
26.1 C
Bhubaneswar

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ପତ୍ର ପ୍ରଦାନ

ଗଞ୍ଜାମ : ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବି ପତ୍ର ବିଇଓଙ୍କ ଅନୁପସ୍ଥିତରେ ଅତରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ବେହେରାଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀ ପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫- ଟି ସଚିବ, ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ବିଭାଗ ସଚିବଙ୍କୁ ପ୍ରଦାନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ୨୦୦୧ର ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଉଛେଦ କରି୨୦୦୧ରେ ନିଯୁକ୍ତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସେବା କାର୍ଯ୍ୟ ଗଣନା ଓ ସେମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରାତନ ପେନସନ ଯୋଜନା ଲାଗୁ ଆଦି ଦାବି ପତ୍ରରେ ଉଲ୍ଲେଖ ରହିଛି।

ଏକ ଶୋଭାଯାତ୍ରାରେ ଶିକ୍ଷକ ମାନେ ଆସି ଦାବିପତ୍ର ପ୍ରଦାନ କରିଥିଲେ।୨୦୧୫ମସିହାର ବ୍ୟାଚଙ୍କୁ ମିଳିତ ସଙ୍ଘ ପକ୍ଷରୁ ସ୍ବାଗତ ସମର୍ଦ୍ଧନା ଦିଆଯାଇଥିଲା। ଦାବି ପତ୍ର ଦେବାବେଳେ ସଙ୍ଘ ସଭାପତି ମାଝୀଙ୍କ,ସମ୍ପାଦକ ଲକ୍ଷ୍ମଣ ନାହାକ, ସହ ସମ୍ପାଦକ ଗୀତାଞ୍ଜଳି ସାମନ୍ତ, ଉପଦେଷ୍ଟା ହୃଷିକେଶ ପଣ୍ଡା, ସୁଦର୍ଶନ ତ୍ରିପାଠୀ, ସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାପାତ୍ର, ବିପ୍ର ଚରଣ ସାହୁ ମହେଶ ବେହେରା, ଜୁନିଅର ଶିକ୍ଷକ ସଙ୍ଘର ସଞ୍ଜୟ କୁମାର ତରାଇଙ୍କ ସମେତ ୩୪ ଜଣିଆ ଷ୍ଟିୟାରିଂ କମିଟି ବୃନ୍ଦ ଉପସ୍ଥିତ ଥିଲେ। ସରକାର ତୁରନ୍ତ ଦାବୀ ପୂରଣ କରନ୍ତୁ ନତୁବା ଆଗାମୀ ଦିନରେ ଶିକ୍ଷକ ସଙ୍ଘ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶିକ୍ଷକମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories