www.samajalive.in
Sunday, December 14, 2025
26.1 C
Bhubaneswar

ଆଉଟସୋର୍ସିଂ କର୍ମଚାରୀ ସଂଘର ସ୍ମାରକପତ୍ର ପ୍ରଦାନ

ଦେବଗଡ଼: ସରକାର ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ନିଯୁକ୍ତିକୁ ନିୟମିତ କରିବାସହ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନଦାବିରେ ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘ, ଦେବଗଡ ଶାଖା ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତକାଲି ସଂଧ୍ୟାରେ ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘ, ଦେବଗଡ ଶାଖା ସମ୍ପାଦକ ଦିବ୍ୟଶଙ୍କର ଗିରିଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ ସଦସ୍ୟା ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏ ମର୍ମରେ ଏକ ସ୍ମାରକପତ୍ର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲାପାଳଙ୍କୁ ପ୍ରଦାନ କରିଥିଲେ ।

ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ଶ୍ରୀ ଗିରିଙ୍କ ସମେତ ଉପଦେଷ୍ଟା କମଳିନୀ ରଥ ଓ ବ୍ୟୋମକେଶ ଶତପଥୀ, ସଦସ୍ୟ ସୁବ୍ରତ ସାହୁ ଓ ସଦସ୍ୟା ପୁଷ୍ପାଞ୍ଜଳି ଦାଶଙ୍କ ସମେତବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଉପରୋକ୍ତ ଦାବିରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘର ଡାକରାରେ ସମଗ୍ର ରାଜ୍ୟରେ ଆଉଟସୋର୍ସିଂ କର୍ମଚାରୀ ମାନେ ଗତ ୧୪ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି କାର୍ଯ୍ୟ ତୁଲାଉଥିବା ବେଳେ ଆଗାମୀ ୨୬ତାରିଖ ଦିନ ଭୁବନେଶ୍ୱର ଠାରେ ଶାନ୍ତିପୂର୍ଣ୍ଣ ସମୁହ ଗଣଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories