www.samajalive.in
Saturday, December 6, 2025
19.1 C
Bhubaneswar

ପାଟଣା ରେଞ୍ଜକୁ ପୁଣି ଲେଉଟିଲେ ୨୪ ଟିକିଆ ହାତୀପଲ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ପୁଣି କିଛି ଦିନର ବ୍ୟବଧାନ ପରେ ଆଜି ୨୪ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି । ଏହି ହାତୀପଲ ଶୁକ୍ରବାର ସଂଧ୍ୟାରେ ସାହାରପଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୁଦାବେଡା ଗ୍ରାମ ନିକଟରେ ଥିବା ବେଳେ ଆଜି ଏହି ହାତୀପଲ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି । ଏହି ହାତୀପଲ ବିଳମ୍ବିତ ରାତିରେ ବନବିର, ଡାଳପକା, ଖଡିବେଡା ଓ କୁଦାବେଡା ଗ୍ରାମର ବିଭିନ୍ନ ଚାଷଜମି ପଶି ଧାନ ଫସଲ ନଷ୍ଟ କରିଛନ୍ତି । ଧାନ ଆମଳ ସମୟରେ ହାତୀପଲ ପାଚିଲା ଧାନ ଖାଇବା ସହ ମାଡିଦଳି ନଷ୍ଟ କରିଦେଉଥିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡ଼ିଯାଇଛି । ତେବେ ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇଛନ୍ତି । ଅନ୍ୟ ପକ୍ଷରେ ବନ ବିଭାଗ ଏହି ହାତୀପଲ ଉପରେ ନଜର ରଖିଥିବା ସାହାରପଡା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories