www.samajalive.in
Sunday, December 14, 2025
26.1 C
Bhubaneswar

ମହିଳାଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର; ଏସପିଙ୍କ ନିକଟରେ ଅଭିଯୋଗ କଲେ ମହିଳା

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଭାବପୁର ଗ୍ରାମର ଜଣେ ମହିଳାଙ୍କୁ ହରଭଙ୍ଗା ଥାନା ଅଧିକାରୀ ମାଡ ମାରିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣକ ଆଜି ବୌଦ୍ଧ ଆରକ୍ଷୀଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ,  ଉକ୍ତ ମହିଳା ଓ ତାଙ୍କ ଝିଅ ଗତ ମାସ ୩୦ ତାରିଖରେ ଗାଧୋଇବାକୁ ଯାଇଥିବା ବେଳେ ଚୁମୀ ରାଉତ ସହଯୋଗରେ ସୁଶାନ୍ତ ଧଳ ସେମାନଙ୍କୁ ଅସଦାଚରଣ କରିଥିଲା । ଏନେଇ ମହିଳା ଜଣକ ହରଭଙ୍ଗା ଥାନାରେ ଜଣାଇବା ପରେ ହରଭଙ୍ଗା ଥାନା ଅଧିକାରୀ ସାଙ୍ଗେ ସଙ୍ଗେ ଉକ୍ତ ଗ୍ରାମକୁ ଯାଇ ସେ ଦୁଇ ଜଣଙ୍କୁ ଥାନାକୁ ଆଣିଥିଲେ ।

ଥାନାରୁ ଅଭିଯୁକ୍ତମାନଙ୍କୁ ପ୍ରାୟ ଏକଘଣ୍ଟା ପରେ ଛାଡି ଦିଆଯାଇଥିଲା ଏବଂ ମହିଳାଙ୍କୁ ରାତି ୧୦ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ । ମହିଳା ଜଣକ ସେମାନଙ୍କୁ କାହିଁକି ଛାଡିଦେଲେ ବୋଲି ପଚାରିବାରୁ ଥାନା ଅଧିକାରୀ ତାଙ୍କୁ ଟଙ୍କା ମାଗିଥିଲେ । ମହିଳା ଜଣକ ନ୍ୟାୟ ପାଇଁ ଥାନାକୁ ଆସିଛୁବୋଲି କହିଥିଲେ । ଆପଣ ଟଙ୍କା ମାଗୁଛନ୍ତି ବୋଲି ପଚାରିବାରୁ ଥାନା ଅଧିକାରୀ ମହିଳାଙ୍କୁ ମାଡ ମାରିବା ସହିତ ଜାତି ଆଣ ଆକ୍ଷେପ କରି ଦୁର୍ବ୍ୟବହାର କରିଥିବା ମହିଳା ଜଣକ ଆରକ୍ଷୀଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏବଂ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଦୁଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସେ ଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories