ଆଜି ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ :ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଶନିବାର (ଆଜି) ପଇତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ପରମ୍ପରା ଅନୁଯାୟୀ ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ବାଡ଼ଗ୍ରାହୀ ଦଇତାପତି ଭିତରେ ପ୍ରବେଶ କରିବେ। ଠାକୁରଙ୍କୁ ସେମାନେ ପଇତା ଲାଗି କରିବେ । ଏହାପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ରାତିରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ତେବେ ପଇତାଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଅନ୍ୟ ଦେବଦେବୀଙ୍କୁ ସେମାନେ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିପାରିବେ।

Comments are closed.