www.samajalive.in
Monday, December 8, 2025
13.1 C
Bhubaneswar

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଇନମ୍ୟାନ

ଟିକାବାଲି : ଟିକାବାଲି ଥାନା ଅନ୍ତର୍ଗତ ଛାତିଝର ଛକରେ ଦୋକାନ କ୍ୟାବିନରେ ବିଦ୍ୟୁତ ସଂଯୋଗ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗୁଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଇନମ୍ୟାନ।

ସୂଚନା ଅନୁସାରେ, ଛାତିଝର ଗ୍ରାମ ବାସିନ୍ଦା ରିଙ୍କୁ ଭୁକ୍ତା ଛାତିଝର ଛକରେ ନିଜ ଦୋକାନରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବହୁ ଦିନରୁ ଲାଇନମ୍ୟାନ କାଳୁ ଚରଣ ପଲାଇଙ୍କୁ କହି ଆସୁଥିଲେ। କାଳୁ ଚରଣ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ଭିଜିଲାନ୍ସ ଅଧିକାରୀମାନେ ୨ ଦିନ ହେବ ଜଗି ବସିଥିଲେ। ଆଜି ଦିନ ୧.୩୦ ବେଳକୁ ରିଙ୍କୁ ଭୁକ୍ତା ଲାଇନମ୍ୟାନ ପଲାଇଙ୍କୁ ପାଞ୍ଚ ହଜାର ଟଙ୍କା ହାତରେ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସଙ୍ଗେସଙ୍ଗେ ମାଡି ବସିଥିବା ଦୋକାନୀ ରିଙ୍କୁ ଭୁକ୍ତା କହିଛନ୍ତି। ଲାଇନମ୍ୟାନ ପଲାଇଙ୍କୁ ଭିଜିଲାନ୍ସ ସଙ୍ଗେ ସଙ୍ଗେ ଫୁଲବାଣୀ ଭିଜିଲାନ୍ସ ଅଫିସ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି। ଭିଜିଲାନ୍ସ ଏନେଇ ମାମଲା ରୁଜୁ କରିଛି। ତଦନ୍ତ ପରେ ଏହି ଲାଞ୍ଚ କାରବାର ପଛରେ ଆଉ କେତେଜଣଙ୍କର ହାତ ଅଛି ତାହା ଜଣାପଡିବ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories