www.samajalive.in
Sunday, December 7, 2025
26.1 C
Bhubaneswar

ଆଞ୍ଚଳିକ ସୁରକ୍ଷା ପାଇଁ ଅଲ କାଏଦା ଏବଂ ଆଇଏସଆଇଏସ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ – ଅମିତ ଶାହା

ଡେସ୍କ: ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ଶାସନ ପରିବର୍ତ୍ତନ ହେବା ପରେ ଦକ୍ଷିଣ ଏସିଆର ସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ଅଲ କାଏଦା ଓ ଆଇଏସଆଇଏସର ପ୍ରଭାବ ଆଞ୍ଚଳିକ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଦେଇଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆତଙ୍କବାଦ ତଥା ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବିରୋଧୀ ୩ୟ ମନ୍ତ୍ରୀ ସମ୍ମିଳନୀରେ ଏକ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଶାହା ତାଲିବାନର ନାମ ନ ନେଇ କହିଛନ୍ତି ଯେ ଏହି ନୂତନ ସମୀକରଣ ଆତଙ୍କବାଦ ପାଇଁ ଅର୍ଥ ଯୋଗାଣ ସମସ୍ୟାକୁ ଗୁରୁତର କରିଛି। ସେ କହିଛନ୍ତି, ତିନି ଦଶନ୍ଧି ପୂର୍ବରୁ, ୧୯୯୦ ଦଶକରେ ସୋଭିଏତ୍ ସୈନ୍ୟ ପ୍ରତ୍ୟାହାର ଏବଂ ୟୁଏସଏସର ପତନ ପରେ ସମଗ୍ର ବିଶ୍ୱକୁ ଏପରି ଏକ ଶାସନ ପରିବର୍ତ୍ତନର ଗମ୍ଭୀର ପରିଣାମ ସହିବାକୁ ପଡ଼ିଲା, ଯାହାର ପରିଣାମ ଆମେ ସମସ୍ତେ ୯/୧୧ର ଭୟାନକ ଆକ୍ରମଣରେ ଦେଖିଛୁ। |

ସେ କହିଛନ୍ତି ଯେ ଗତ ବର୍ଷ ଦକ୍ଷିଣ ଏସୀୟ ଅଞ୍ଚଳରେ ହୋଇଥିବା ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଅଲ କାଏଦା ସହିତ ଦକ୍ଷିଣ ଏସିଆର ଲଶ୍କର-ଏ-ତୋଏବା ଏବଂ ଜେସେ-ଏ-ମହମ୍ମଦ ଭଳି ସଂଗଠନ ଆତଙ୍କବାଦ ବିସ୍ତାର କରିବାରେ ଲାଗିଛି। ଶାହା କହିଛନ୍ତି ଯେ ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ କିମ୍ବା ସେମାନଙ୍କ ସମ୍ବଳକୁ ଆମେ ଏଡାଇ ଯିବା ଉଚିତ ନୁହେଁ।
==

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories