www.samajalive.in
Saturday, December 13, 2025
21.1 C
Bhubaneswar

ରାଜଧାନୀରେ ଛିନ୍‌ତାଇ ଅଭିଯୋଗରେ ପୁଣି ବନ୍ଧା ହେଲେ ୪ କିନ୍ନର

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରରେ ଛିନ୍‌ତାଇ ଅଭିଯୋଗରେ କମିଶନରେଟ୍‌ ପୁଲିସ ୪ ଜଣ କିନ୍ନରଙ୍କୁ ଗିରଫ କରିଛି । ଏମାନେ ହେଲେ ନିମାପଡା ଅଞ୍ଚଳର ରୀତୁ ଓରଫ କୈଳାସ ପ୍ରଧାନ, ଭୁବନେଶ୍ୱର ଭରତପୁରର ଖୁସୀ କିନ୍ନର ଓରଫ ବିଷ୍ଣୁ ନାୟକ, ଆଠଗଡ ବାଙ୍କିର ସୋନୀ କିନ୍ନର ଓରଉ କୈଳାସ ଦାଶ, କଟକତୁଳସୀପୁରର ସନ୍ଧ୍ୟାରାଣୀ କିନ୍ନର ଓରଉ ପ୍ରଭାତ ମହାରଣା ।

ଗୁରୁବାରରେ ପାର୍ଥ ମହାନ୍ତି ବଡଗଡ ଥାନାରେ ତାଙ୍କ ଠାରୁ କିଛି କିନ୍ନର ଜୋର ଜବରଦସ୍ତି ଛିନ୍‌ତାଇ କରିଥିବା ଅଭିଯୋଗ କରିଥିଲେ । । ଏହି ମାମଲାର ତଦନ୍ତ କରି ବଡଗଡ ଥାନା ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛନ୍ତି। ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

- Advertisement -

ସୂଚନାଯୋଗ୍ୟ ଯେ, ଗତ କାଲି ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ସାଇମନ୍ଦିର ଛକରୁ ରବିଟକିଜ ଆଡକୁ ଆସୁଥିବା ସମୟରେ ମେଘେଶ୍ଵର ମନ୍ଦିର ନିକଟରେ ଜଣେ କିନ୍ନର ତାଙ୍କୁ ଅଟକାଇ ଥିଲେ । ଅଭିଯୋଗକାରୀ ତାଙ୍କୁ ଅଟକାଇବାର କାରଣ ପଚାରିବା କ୍ଷଣି, କିନ୍ନର ଜଣକ ହଠାତ ତାଙ୍କୁ ମାରଧର କରିବା ଆରମ୍ଭ କରିଦେଇଥିଲେ । ପରେ ପରେ ଅନ୍ୟ ୨ଜଣ କିନ୍ନର ସହଯୋଗୀ ସେଠାରେ ଆସି ପହଞ୍ଚିବା ସହିତ ସମସ୍ତେ ମିଶି ତାଙ୍କ ନିକଟରେ ଥିବା ମୋବାଇଲ ଫୋନକୁ ଜୋର ଜବରଦସ୍ତ ଛଡାଇ ନେଇଯାଇଥିଲେ । ଅଭିଯୋଗକାରୀ ଜଣକ ଏନେଇ ବଡଗଡ ଥାନାରେ ଅଭିଯୋଗ କରିବା ପରେ ବଡଗଡ ଥାନା ପୁଲିସ ମାମଲା ରୁଜୁ କରି ନିମ୍ନୋକ୍ତ କିନ୍ନରଙ୍କୁ ବଡଗଡ ଗ୍ରାମରୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଅଭିଯୋଗକାରୀଙ୍କ ଛିନତାଇ ହୋଇଥିବା ମୋବାଇଲ ଫୋନକୁ ମଧ୍ୟ ଜବତ କରିଥିଲେ । ପଚରା ଉଚରା ସମୟରେ ସମସ୍ତ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ । ଦୋଷ ସ୍ଵୀକାରୋକ୍ତି ପରେ ଅଭିଯୁକ୍ତ ମାନଙ୍କୁ ଆଜି ବଡଗଡ ଥାନା ତରଫରୁ କୋର୍ଟ ଚାଲାଣ କରାଯାଇଛି ।

 

କିଛିଦିନ ତଳେ ଜଣେ ଟ୍ରକଡ୍ରାଇଭର୍‌ଙ୍କ ଠାରୁ ଛିନ୍‌ତାଇ ଅଭିଯୋଗରେ କମିଶନ୍‌ରେଟ୍‌ ପୁଲିସ କିଛି କିନ୍ନରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories