ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’: ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ, ଶିକ୍ଷା ଅଧିକାରକୁ ଗୁରୁତ୍ବ
ଭୁବନେଶ୍ବର: ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଶିଶୁଙ୍କର ବଞ୍ଚିବାର ଓ ସୁରକ୍ଷାକୁ ସୁରକ୍ଷା ଦେବ ଏହି ନୂଆ ଶିଶୁ ନୀତି। ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’ରେ ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ, ଶିକ୍ଷା ଅଧିକାରକୁ ଗୁରୁତ୍ବ ଦିଆଯାଇଛି। ଶିଶୁଙ୍କ ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ବ ଦେବ ଏହି ନୂଆ ଶିଶୁ ନୀତି ‘ପ୍ରାରମ୍ଭ’। ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’ ବୋଲି ସୂଚନା ଦିଆଯାଇଛି।
Comments are closed.