www.samajalive.in
Thursday, December 11, 2025
16.1 C
Bhubaneswar

ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସ୍ଥିତ ସାମ୍ବାଦିକ ସଂଘ ଦ୍ୱାରା ବୁଧବାର ଦିନ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ବିମଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସଦସ୍ୟମାନେ ପ୍ରେସ ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଜାତୀୟ ପ୍ରେସ ଦିବସ ପାଳନ ଅବସରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ ବେଳେ ତଥ୍ୟ ଭିତିକ ଖବର ସଂଗ୍ରହ ସମାଜକୁ ଠିକ୍ ଦିଗ ଦର୍ଶନ ହେଲାଭଳି ସମ୍ବାଦ/ଖବର ପରିବେଷଣ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ବୈଠକରେ ସଂଘର ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ବେହେରା, ବରିଷ୍ଠ ସାମ୍ବାଦିକ ଜୀବନାନନ୍ଦ ମହାନ୍ତି, ଡ଼ଃ ସଂଜୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ, ଉପସଭାପତି ଅଶୋକ ନାରାୟଣ ଭୋଇ, ମୋହନ ସୋନି, ଅନ୍ତିମ କୁମାର ପାଣିଗ୍ରାହି, ଆଇନ ପରାମର୍ଶ ଦାତା ସଂଜୟ କୁମାର ନାଥ, ଯୁଗ୍ମ ସମ୍ପାଦକ ହୁଲେଶ୍ୱର ହଂସ ନିଜ ନିଜ ମତ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ କୃତିକର ବାଗ, ଅଭିମନ୍ୟୁ ବହିଦାର, ସୁଶାନ୍ତ ଥନାପତି, ପ୍ରମୋଦ ବେହେରା, ରାଧେଶ୍ୟାମ ମେହେର, ବିନୋଦ ସିଂ, କୁଶଲ ସିଂ ଠାକୁର, ବିଭୁତି ଭୁଷଣ ଦାସ, କୈଲାଶ ସଗରିଆ ଉପସ୍ଥିତ ଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories