www.samajalive.in
Saturday, December 13, 2025
26.1 C
Bhubaneswar

ବିର୍ସାମୁଣ୍ଡା ଜୟନ୍ତୀ ଉପଲକ୍ଷେ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ

ଗୁରୁଡିଝାଟିଆ: ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡା ଅମାପ ଶକ୍ତି ଓ ସାହସର ପ୍ରତୀକ ଥିଲେ । ସ୍ୱାଧୀନତାର ବହ୍ନି ପୁରପଲ୍ଲୀରେ ପହଞ୍ଚାଇ ଜନଜାତିଙ୍କ ଭିତରେ ବିପ୍ଲବର ନିଆଁ ଜାଳିଥିଲେ । ବାସ୍ତବିକ ସେ ଥିଲେ ଚିର ନମସ୍ୟ ଓ ପ୍ରେରଣାର ଉତ୍ସ। ବିର୍ସାମୁଣ୍ଡାଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ଅବସରରେ କୃଷ୍ଣପୁର ପଞ୍ଚାୟତର ପାଦପଥରଠାରେ ଆୟୋଜିତ ଫୁଟୁବଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶହୀଦ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଦଳ ସ୍ଥାନୀୟ ଆଞ୍ଚଳିକ ବିର୍ସା ଭଗବାନ ଫୁଟବଲ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଭାଗନେଇଥିବା ବେଳେ ଆୟୋଜକ ଆଞ୍ଚଳିକ ବିର୍ସିା ଭଗବାନ ଫୁଟୁବଲ ଟିମ ତାର ନିକଟତମ ପ୍ରତିଦ୍ୱନ୍ଦୀ ଡବାଗାଡିଆର ଜୟଶିବଶକ୍ତି ଫୁଟବଲ ଟିମକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ବିଜୁ ଯୁବ ଜନତାଦଳ ସଭାପତି ବିନୋଦ ମାଝି, ଭୋଗରା ସରପଞ୍ଚ ଅଜିତ୍‌ କୁମାର ଦାସ, ଜିଲ୍ଲାପରିଷଦ ସଦସ୍ୟା ମିନତୀ ଗାଗରାଇ, ଦାମୋଦର ମହାରଣା, ଦିଲ୍ଲିପ କୁମାର ସ୍ୱାଇଁ, ମନୋରଞ୍ଜନ ରାଉତ, ଦିପକ ପାଢି, ଗାଁ ମୁରବୀ ସିଲେଇ କୁଦାତା, ବଳରାମ କୁତାତା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories