www.samajalive.in
Saturday, December 13, 2025
26.1 C
Bhubaneswar

ଗୋପବନ୍ଧୁ ନର୍ସିଂ କଲେଜରେ ପ୍ରଥମାଷ୍ଟମୀ ପାଳିତ

ଗୁରୁଡିଝାଟିଆ: ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ବେଶ ପ୍ରାଚୀନ ଓ ସୁଦୃଢ । ବାରମାସରେ ତେର ଯାତ ଆମ ସଂସ୍କୃତିକୁ ଯେତିକି ମହୀୟାନ କରିଥାଏ ପରିବାର ଭିତରେ ମଧୁରତାର ଭାବ ମଧ୍ୟ ସୃଷ୍ଟି କରିଥାଏ । ପ୍ରଥମାଷ୍ଟମୀ ଆମ ସଂସ୍କୃତିର ଅନ୍ୟତମ ମହନୀୟ ନିଦର୍ଶନ । ଆମ ସମାଜ ବ୍ୟବସ୍ଥା ବଡ଼ମାନଙ୍କୁ ସର୍ବଦା ମର୍ଯ୍ୟାଦା ଓ ପୂଜ୍ୟ ଭାବରେ ଗୁରୁତ୍ୱ ଦେଇଥାଏ । ପ୍ରଥମାଷ୍ଟମୀ ତାହାର ଏକ ଜ୍ୱଳନ୍ତ ନିଦର୍ଶନ । ଏହି ଧାରାକୁ ବଜାୟ ରଖି ଆଜି ଗୋପବନ୍ଧୁ ନର୍ସିଂ କଲେଜରେ ଅଧ୍ୟୟନରତ ଜ୍ୟେଷ୍ଠ ବିଦ୍ୟାର୍ଥୀ, କର୍ମଚାରୀ ଓ ଚିକିତ୍ସକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଶାସ୍ତ୍ରୀୟ ବିଧି ମୁତାବକ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇ ପ୍ରଥମାଷ୍ଟମୀ ତଥା ପଢୁଆଁଷ୍ଟମୀ ପାଳନ କରାଯିବା ସହ ସେମାନଙ୍କୁ ଏଣ୍ଡୁରି ପିଠା ପ୍ରଦାନ କରାଯାଇଥିଲା । ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଉପସ୍ଥିତ ସମସ୍ତ ଜ୍ୟେଷ୍ଠମାନଙ୍କୁ ବନ୍ଦାପନା କରିବା ସହ ସେମାନଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଉପସ୍ଥିତ ଜ୍ୟେଷ୍ଠ ବିଦ୍ୟାର୍ଥୀ, କର୍ମଚାରୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଓ ପରିବାର ପ୍ରତି ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସେମାନଙ୍କ ବ୍ୟକ୍ତିତ୍ୱ, ଦୈନନ୍ଦିନ ଜୀବନଶୈଳୀ ଏକ ସୁନ୍ଦର ପରିବାର ଦିଗରେ ମହନୀୟ ଭୂମିକା ଗ୍ରହଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ରାହା ଯୋଗାଇଥାଏ ବୋଲି କହିଥିଲେ । ଅଧ୍ୟାପିକା ଜୟଶ୍ରୀ ପ୍ରଧାନ, ମଧୁସ୍ମିତା ରାଉତ, ରଞ୍ଜିତା ଦାସ, ଗୀତାଞ୍ଜଳୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳାନା କରିଥିଲେ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories