www.samajalive.in
Wednesday, December 10, 2025
18.1 C
Bhubaneswar

ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାରେ ଖୁଣ୍ଟୁଣୀ ମହୋତ୍ସବ ବାଟ ଦେଖାଏ

ଗୁରୁଡିଝାଟିଆ: ଆଠଗଡ ଉପଖଣ୍ଡରେ ଖୁଣ୍ଟୁଣୀର ଭୂମିକା ସ୍ୱତନ୍ତ୍ର। ଗଡଜାତ ପ୍ରଜା ଆନ୍ଦୋଳନ ସହିତ ବିଭିନ୍ନ ରାଜନୈତିକ ଦୃଶ୍ୟପଟରେ ଖୁଣ୍ଟୁଣୀ ନବେଢା ଅଞ୍ଚଳରେ ଗୁରୁତ୍ୱ ବହନ କରିଥାଏ ବୋଲି ଖୁଣ୍ଟୁଣୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହ ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ଆଗକୁ ବଢାଇବା ଦିଗରେ ଖୁଣ୍ଟୁଣୀ ମହୋତ୍ସବ ବେଶ ଗୁରୁତ୍ୱ ବହନ କରିଛି ବୋଲି କହିଥିଲେ। ଖୁଣ୍ଟୁଣୀ-ରମ୍ପେଇ ଯୁବକସଂଘ ଆନୁକୂଲ୍ୟରେ ଆୟୋଜିତ ମହୋତ୍ସବରେ ସଂଘର ସଭାପତି ତଥା ଯୁବ ସଂଗଠକ ଦୀପକ କୁମାର ସାହାଣୀ ଅଧ୍ୟକ୍ଷତା କରି ସମସ୍ତ ମଞ୍ଚାସୀନ ଅତିଥିଙ୍କ ଖୁଣ୍ଟୁଣୀମାଟି ଓ ମଣିଷକୁ ଅଜସ୍ର ଭଲପାଇବା ବାସ୍ତବିକ ଆମପାଇଁ ଗୌରବର କଥା ବୋଲି କହିଥିଲେ। ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ସରପଞ୍ଚ କୈଳାସ ଚନ୍ଦ୍ର ଦାସ, ସମିତିସଭ୍ୟ ଗଗନ ବିହାରୀ ପରିଡା, ବିଜୁ ଯୁବ ଜନତାଦଳ ସଭାପତି ବିନୋଦ ମାଝି, ଗାଁ ମୁରବୀ ବିପିନ ବିହାରୀ ପ୍ରଧାନ, ଆଲୋକ ସାହୁ ଅତିଥି ଭାବରେ ଯୋଗଦେଇଥିଲେ। ଯୁବକ ସଂଘର ସଂପାଦକ ମଳୟ ରଞ୍ଜନ ବସ୍ତିଆ ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚଳାନାରେ ସହଯୋଗ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ବିଦ୍ୟାର୍ଥୀମାନେ ନୃତ୍ୟ, ସଂଗୀତ ଆଦି ପରିବେଷଣ କରିଥିଲେ।

 

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories