www.samajalive.in
Saturday, December 13, 2025
26.1 C
Bhubaneswar

ଜାଣନ୍ତୁ ..ଏହି ଗଛକୁ ଘରେ ରଖିଲେ ମିଳେ ଶୁଭଫଳ

ପେଙ୍ଗସୁଇରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ଥିବା କେତେକ ସମସ୍ୟା ଦୂର ହେବା ସହ ଅନେକ ଶୁଭଫଳ ମଧ୍ୟ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଫେଙ୍ଗସୁଇକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଫେଙ୍ଗସୁଇରେ ବାଉଁଶରୁ ପ୍ରସ୍ତୁତ କୌଣସି ଦ୍ରବ୍ୟ ଓ ଗଛର ଏକ ବିଶେଷ ମହତ୍ତ୍ୱ ରହିଥାଏ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ହ୍ରାସ ପାଇଥାଏ।  ଜାଣନ୍ତୁ ଘରେ ବାଉଁଶର ଗଛ ରଖିବାର ଲାଭ କଣ..
ଘରର ପୂର୍ବ ଓ ଦକ୍ଷିଣ ଦିଗରେ ବାଉଁଶ ଗଛ ରଖିଲେ ବିଶେଷ ଲାଭ ମିଳିଥାଏ। ଏପରି କରିବା ଦ୍ୱାରା ଘରେ ଧନ-ସମ୍ପତ୍ତି ବଢିବା ସହ ସମୃଦ୍ଧି ମଧ୍ୟ ହୋଇଥାଏ। ତେଣୁ ଏହାକୁ ଘରେ ନିଶ୍ଚିତ ଭାବେ ରଖନ୍ତୁ।
ଫେଙ୍ଗସୁଇରେ ଗଛର ସଂଖ୍ୟାକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଏକ ବିଶେଷ ସଂଖ୍ୟାର ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ୩ଟି ବାଉଁଶ ଖୁସି ରହିବା ପାଇଁ, ୫ଟି ବାଉଁଶ ଧନ ବୃଦ୍ଧି ପାଇଁ ରଖିବା ଉଚିତ। ଏହାକୁ ଲାଲ ରଙ୍ଗର ସରୁ କପଡା ଓ କାଚର ପାତ୍ରରେ ପାଣି ଭର୍ତ୍ତି କରି ବାଉଁଶ ଗଛକୁ ରଖନ୍ତୁ।
ବାଉଁଶ ଗଛକୁ କାର୍ଯ୍ୟାଳୟର ଟେବୁଲ ଉପରେ ଡାହାଣ ପାଶ୍ୱର୍ରେ ରଖିବା ଉଚିତ।
ପିଲାଙ୍କ ପାଠପଢାରେ ଉନ୍ନତି ପାଇଁ ପଢା ଘରର ଟେବୁଲ ଉପରେ ବାଉଁଶ ଗଛକୁ ରଖନ୍ତୁ।
ଦମ୍ପତିମାନେ ଖୁସିରେ ରହିବା ପାଇଁ ଶୋଇବା ଘରେ ୨ଟି ବାଉଁଶର ଗଛ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories