www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ଗମ ଗମ୍ଭାରୀଘାଟିରେ ପୁଲିସର ଜନସଂପର୍କ ଶିବିର

ଲାଞ୍ଜିଗଡ : କଳାହାଣ୍ଡି ପୁଲିସ ପକ୍ଷରୁ ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତ ଗମ୍ଭାରୀ ଘାଟିଠାରେ ଏକ ପୁଲିସ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ସର୍ଜେଣ୍ଟ ଖଗେଶ୍ୱର ବିଶ୍ୱାଳ, ଡେପୁଟି ସୁବେଦାର ସମୀର ଖାଲକୋ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମର୍ଦ୍ଧା, ଭୁର୍ଟିଗଡ, କଦମ୍ବଗୁଡା, ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ ଅଞ୍ଚଳର ପାଞ୍ଚଶହରୁ ଅଧିକ ଛାତ୍ରଛାତ୍ରୀ, ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ଯୁବ ଗାଳ୍ପିକ ଯତୀନ କୁମାର ପ୍ରଧାନଙ୍କ ଲିଖିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ନାଟିକା ‘ବୋଝ’ ପ୍ରଦର୍ଶିତ ହୋଇ ବେଶ୍ ଲୋକପ୍ରିୟତା ସାଉଁଟିଥିଲା । ଏଥିରେ କୁମାର ଦ୍ରୋଣ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ କଳାହାଣ୍ଡି ପୁଲିସ ପକ୍ଷରୁ ପରିବେଶିତ ଏହି ନାଟିକାକୁ ନେଇ ଲୋକେ ବେଶ୍ ଉତ୍ସାହିତ ହୋଇ ପଡିଥିଲେ । ନାଟିକାରେ ଜ୍ୟୋତ୍ସ୍ନାମୟୀ ଜାନୀ, ମଧୁସ୍ମିତା ନାଏକ, ଗିରିଧାରୀ ମହାପାତ୍ର, ତ୍ରିବ୍ରିକମ ବିଶ୍ବାଳ ପ୍ରମୁଖ ଚିତ୍ତାକର୍ଷକ ଅଭିନୟ କରିଥିଲେ । ଏଥିରେ ଗୋକୁଳ ସାହୁ ଓ ବିଶ୍ୱନାଥ ମହଲାଙ୍କ ସମେତ ନର୍ଲା ଓ ସିକେରକୁପା ପୁଲିସ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories