www.samajalive.in
Saturday, December 13, 2025
26.1 C
Bhubaneswar

ଜିଲା ମୁଖ୍ୟ ଉନ୍ନୟନ ତଥା ଜିଲାପରିଷଦ ନିର୍ବାହୀ ଅଧିକାରୀଙ୍କ କୋକସରା ଗସ୍ତ

କୋକସରା : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ ମଙ୍ଗଳବାର କୋକସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ୫ଟି ଅଧୀନରେ ଚାଲିଥିବା, କାଉଡୋଳା, ଫୁପଗାଁ, ଚିକିଲି, ଧନସରା କାସିବାହାଲର ଉଚ୍ଚ ବିଦ୍ୟାଳୟ ଓ ମନରେଗା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଏହି ଗସ୍ତ ସମୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, କନିଷ୍ଠ ଯନ୍ତ୍ରୀ, ଅଜୟ ସେନାପତି, କୀର୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପରେ ବ୍ଲକ ସଭା ଗୃହରେ ବ୍ଲକ କର୍ମଚାରୀଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଆଗାମୀ ଦିନରେ ସକ୍ରିୟ ରହି ଉନ୍ନୟନ କାର୍ଯ୍ୟରେ ତତ୍ପରତା ଦେଖାଇବା ପାଇଁ ଉପସ୍ଥିତ କର୍ମଚାରୀଙ୍କୁ ବୁଝାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories