www.samajalive.in
Sunday, December 14, 2025
26.1 C
Bhubaneswar

ଆନ୍ଦୋଳନ ପାଇଁ ପ୍ରାଥମିକ ଶିକ୍ଷକଙ୍କ ପ୍ରସ୍ତୁତି

ଫୁଲବାଣୀ: ପୁରୁଣା ପେନସନ ଯୋଜନା ଲାଗୁ ସମେତ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ଏନପିଏସ ଶିକ୍ଷକ ସଂଘ । ଏ ନେଇ ଗତକାଲି ଚକାପାଦ ବ୍ଲକ ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଶଙ୍କରାଖୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ସଭାପତି ସରୋଜ କୁମାର ସେଠୀ ଓ ଫୁଲବାଣୀ  ବ୍ଲକ ସଂପାଦକ ଅରୁଣ କୁମାର ପାତ୍ର ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ମାନଙ୍କ ଦାବିକୁ ଯୁକ୍ତିଯୁକ୍ତ ବୋଲି କହିବା ସହ ଏଦିଗରେ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

ଚକାପାଦ ବ୍ଲକର ଶିକ୍ଷକ ମାନେ ଏହି ବୈଠକରେ ବହୁ ସଂଖ୍ୟାରେ ଯୋଗ ଦେଇ ନିଜର ମତ ରଖିଥିଲେ। ଏ ଅବସରରେ ସଂଘର ସାଙ୍ଗଠନିକ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ଶାନ୍ତନୁ ପଟ୍ଟନାୟକ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସୌମ୍ୟ ରଞ୍ଜନ ସାମଲ ସାଧାରଣ ସଂପାଦକ, ସୁଚେତା ନାୟକ, ପ୍ରଭାତୀ ସେଠୀ, କିରଟୀ ନାୟକ, ବିବେକାନନ୍ଦ ସାହାଣୀ ଓ ସୁଦାମ ପ୍ରଧାନ ସହ ସଂପାଦକ ଭାବେ, ବୃନ୍ଦାବନ ରାଉତ, ଯଶୋବନ୍ତ ସାହୁ, ସୁଜିତ ସାହୁ, ପ୍ରିୟମ୍ବଦା ସାହାଣୀ, ପଦ୍ମଚରଣ ସାହଣୀ ଉପସଭାପତି ଓ ଇଶ୍ବର ଚନ୍ଦ୍ର ନାୟକ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଗୋବିନ୍ଦ ଚନ୍ଦ୍ର ନାୟକ ମିଡିଆ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ଶିକ୍ଷକ ମାନଙ୍କ ନ୍ୟାଯ୍ୟ ଦାବି ହାସଲ ପାଇଁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories