www.samajalive.in
Saturday, December 13, 2025
26.1 C
Bhubaneswar

ଆଦିବାସୀ ଗୌରବ-ବିର୍ସା ମୁଣ୍ଡା

୧୮୭୫ ନଭେମ୍ବର ୧୫ରେ ଝାଡ଼ଖଣ୍ଡର ଉଲିହାଟୁ ଗାଁରେ ବିର୍ସା ମୁଣ୍ଡା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ନିର୍ଭୀକ, ସାହସୀ, ସ୍ବାଧୀନଚେତା ଥିଲେ। ସେ ସମୟରେ ବିଦେଶୀ ଶାସନ ଅତ୍ୟାଚାରରେ ଆଦିବାସୀମାନଙ୍କୁ ମଧ୍ୟ ଶୋଷଣ କରାଯାଉଥିଲା । ସେତିକିବେଳେ ବିର୍ସାଙ୍କ ନେତୃତ୍ବରେ ସମସ୍ତେ ଏକଜୁଟ ହେଲେ। ଆଦିବାସୀମାନେ ତାଙ୍କୁ ନେତା ତଥା ଲୋକନାୟକ ଭାବେ ଗ୍ରହଣ କରିଥିଲେ। ୧୯୦୦ ମାର୍ଚ୍ଚ ୩ରେ ବିର୍ସା ଚକ୍ରଧରପୁର ନିକଟସ୍ଥ ଜାମକୋ ଜଙ୍ଗଲରେ ନିଜ ଗରିଲା ବାହିନୀକୁ ସ୍ବାଧୀନତା ସଂଗ୍ରାମ ଜାରି ରଖିବା ସହ ମାଦକ ଦ୍ରବ୍ୟ ସ୍ପର୍ଶ ନ କରିବା ଓ ପରିବେଶ ପରିଷ୍କାର ରଖିବାକୁ ଭାଷଣ ଦେଉଥିଲେ । ବ୍ରିଟିଶ୍ ସୈନ୍ୟମାନେ ହଠାତ୍ ପହଞ୍ଚି ଆକ୍ରମଣ କଲେ। ପ୍ରାୟ ୩୦୦ଜଣ ଆଦିବାସୀ ଓ ବିର୍ସା ମୁଣ୍ଡାଙ୍କୁ ଗିରଫ କରାଗଲା। ଜୁନ୍‌୯ରେ ରହସ୍ୟଜନକ ଭାବେ ବିର୍ସା ଜେଲରେ ପ୍ରାଣ ହରାଇଥିଲେ। ଆଦିବାସୀଙ୍କ ଗହଣରେ ସେ ଧରତି ଆବା ବା  ‘ଭଗବାନ ବିର୍ସା’ ଭାବେ ପୂଜନୀୟ। ବିର୍ସାଙ୍କ ସ୍ମୃତିରେ ଦେଶରେ ଅନେକ ସ୍ମୃତି ସ୍ତମ୍ଭ ନିର୍ମିତ ହୋଇଛି । ତାଙ୍କ ନାମରେ ରାଞ୍ଚି ବିମାନ ବନ୍ଦର ମଧ୍ୟ ନାମିତ । ଏହି ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମଦିନକୁ ଭାରତ ବର୍ଷରେ ‘ ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories