www.samajalive.in
Sunday, December 14, 2025
19.1 C
Bhubaneswar

ଶିଶୁ ଦିବସରେ ଉପଲକ୍ଷେ ଆଇନ ସଚେତନତା ଶିବିର

ଆଠଗଡ :  ଆଠଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ଉପଲକ୍ଷେ ରାସରସିକପୁର ଉନ୍ନୀତ ଉ.ପ୍ରା ବିଦ୍ୟାଳୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ପ୍ରଦୀପ୍ତ କୁମାର ସାହୁ ଏହି ଶିବିରକୁ ଉଦ୍‌ଘାଟନ କରିବା ସହ  ଶିଶୁମାନଙ୍କ ସୁରକ୍ଷା, ଆଇନଗତ ଅଧିକାର ଓ ଆଇନରେ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ, ଏସଡିଜେଏମ ଏସ କୁନମୁନ ଆଚାରୀ ଓ ଜେଏମଏଫସି ପୂଜା ଜୈନ ଯୋଗଦେଇ ଶିଶୁ ନିର୍ଯ୍ୟାତନା, ଶିଶୁଙ୍କ ପ୍ରତି ଯୌନ ଉତ୍ପୀଡନ ବିରୋଧରେ ଥିବା ଆଇନ, ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ନିରୋଧ ଆଇନ ସଂପର୍କରେ ପିଲାଙ୍କୁ ବୁଝାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ପିଲାମାନଙ୍କୁ ଶିକ୍ଷାଗ୍ରହଣ ସହିତ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଆୟୁସ୍ମିତା ତ୍ରିପାଠୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥି ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ଜବାହରଲାଲ୍‌ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଆଇନଜୀବୀ ଯଶୋବନ୍ତ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅନ୍ୟତମ ଆଇନଜୀବୀ ଶ୍ରୀନିବାସ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଦେବରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories