www.samajalive.in
Monday, December 8, 2025
14.1 C
Bhubaneswar

୮୮ ବର୍ଷ ପୁରାତନ ଜଡ଼ିବୁଟି ଦୋକାନ

ଫରିଦାବାଦର ୧ନମ୍ବର ମାର୍କେଟ୍‌ରେ ‘ଭଗତା ଦି ହଟ୍ଟି’ ଦୋକାନ ରହିଛି। ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଏଇ ଦୋକାନର ଗ୍ରାହକ ସମଗ୍ର ଭାରତ ସହ ବିଦେଶରେ ମଧ୍ୟ ଅଛନ୍ତି। ୧୯୩୦ରେ ଏଇ ଦୋକାନର ଶୁଭାରମ୍ଭ ପାକିସ୍ତାନର ବନ୍ନୁ ସହର ନିବାସୀ ଭଗତ୍‌ ସୋହନ୍ ଲାଲ କରିଥିଲେ। ବିଭାଜନ ପରେ ସେ ଆଉ ପାକିସ୍ତାନ ଯାଇନଥିଲେ। ସେସମୟରେ ଇଂରେଜ ଲୋକେ ମଧ୍ୟ ତାଙ୍କ ଗରାଖ ଥିଲେ। କେବଳ ଜଡ଼ିବୁଟି ସହ ଦୁର୍ଲଭ ପ୍ରାଚୀନ ଚାରା ମଧ୍ୟ ତାଙ୍କ ଦୋକାନରେ ମିଳୁଥିଲା। କୌଣସି ଡିଗ୍ରୀ ଧାରୀ ଡାକ୍ତର ନଥିଲେ ଭଗତ୍‌ ଲାଲ୍, କିନ୍ତୁ ସବୁ ରୋଗର ଚିକିତ୍ସା ତାଙ୍କୁ ଜଣାଥିଲା। ମା’ଙ୍କ ଠାରୁ ସେ ଏଇ ଚିକିତ୍ସା ଶିଖିଥିଲେ ବୋଲି ନିଜ ପରିବାରଲୋକଙ୍କୁ କହିଥିଲେ। ମୁଣ୍ଡବିନ୍ଧା, ହେଉ କି କମ୍ପ ଜ୍ବର, ପାଖଆଖ ଅଞ୍ଚଳରୁ ଆରମ୍ଭ କରି ମୁମ୍ବଇରୁ ମଧ୍ୟ ଲୋକେ ଧାଇଁଆସୁଥିଲେ ଏଇ ‘ଭଗତା ଦି ହଟ୍ଟି’ ଦୋକାନକୁ। ସମୟକ୍ରମେ ଯୁଗ ସହ ତାଳ ଦେଇ ଲୋକଙ୍କ ଚିନ୍ତାଧାରା ବଦଳିଛି ସତ, କିନ୍ତୁ ‘ଭଗତା ଦି ହଟ୍ଟି’ ଦୋକାନ ସମ୍ମୁଖରେ ଆଜି ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ଦୋକାନ ଏବେ ତୃତୀୟ ପିଢ଼ି ହାତରେ। ଭଗତ୍ ଲାଲ୍‌ଙ୍କ ବଡ଼ ନାତୁଣୀ ସୋନମ୍ ଲାଲ୍ ଦୋକାନ ଚଳାଉଛନ୍ତି। ଦିନକୁ ଅତିକମ୍‌ରେ ଦେଢ଼ହଜାର ଗରାଖ ଆସୁଥିବାବେଳେ ଲଣ୍ଡନ, ଫ୍ରାନ୍ସ ଆଦି ଦେଶରୁ ମଧ୍ୟ ଗ୍ରାହକ ବରାବର ଆସୁଥିବାର ସେ କହିଛନ୍ତି। ଜେଜେବାପା ତାଙ୍କ ବାପାଙ୍କୁ ଚିକିତ୍ସା ପଦ୍ଧତି ଓ ଜଡ଼ିବୁଟିର ଉପଯୋଗ ଶିଖାଇଥିବାବେଳେ ବାପା ତାଙ୍କୁ ଶିଖାଇଛନ୍ତି ବୋଲି ସୋନମ୍ କହନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories