www.samajalive.in
Sunday, December 14, 2025
26.1 C
Bhubaneswar

ପୋଷା କୁକୁର କାମୁଡ଼ିଲେ ମାଲିକ ଗଣିବେ ୧୦ହଜାର

ନଇଡା: ପୋଷା କୁକୁର କିମ୍ବା ବିଲେଇ ଯଦି କାହାକୁ କାମୁଡେ ତେବେ ମାଲିକ ୧୦ହଜାର ଟଙ୍କା ଜୋରିମାନା ଦେବେ। ଏହା ସହିତ ପୀଡ଼ିତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ମାଲିକ ବହନ କରିବେ। ଉତ୍ତରପ୍ରଦେଶ ନଇଡା କର୍ତ୍ତୃପକ୍ଷ ଏପରି ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଶନିବାର ନଇଡା ବୋର୍ଡ କର୍ତ୍ତୃପକ୍ଷ ଏକ ବୈଠକରେ ଏପରି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ୨୦୨୩ ମାର୍ଚ୍ଚ ପହିଲାରୁ ଉପରୋକ୍ତ ନିୟମ କାର୍ଯ୍ୟକାରୀ ହେବ। ସେହିପରି ଯେଉଁମାନେ ପୋଷା କୁକୁର କିମ୍ବା ବିରାଡି ରଖିଥିବେ ସେମାନଙ୍କ ନିଜର ପୋଷା ଜୀବକୁ ଜ୍ବଳାନ୍ତକ ନିରୋଧୀ ଟିକା ଦେବା ବାଧ୍ୟତାମୂଳକ। ଯେଉଁମାନେ ଏହି ଟିକା ଦେଇ ନଥିବେ ସେମାନଙ୍କ ଉପରେ ୨୦୦୦ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବ। ମାଲିକମାନେ ସେମାନଙ୍କ ପୋଷା କୁକୁରକୁ ବାହାରେ ମଳତ୍ୟାଗ କରାଇପାରିବେ ନାହିଁ। ଏପରି କରିଲେ ସମ୍ପୃକ୍ତ ମାଲିକ ସେହି ସ୍ଥାନକୁ ପରିଷ୍କାର କରିବେ। ନଇଡ଼ାରେ ପୋଷା ଜୀବଜନ୍ତୁଙ୍କ ଉତ୍ପାତ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏପରି ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି ା

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories