www.samajalive.in
Sunday, December 14, 2025
26.1 C
Bhubaneswar

ବଢ଼ୁଛି ପଦ୍ମପୁର ଉପନିର୍ବାଚନ ତାତି; ଦ୍ବନ୍ଦ୍ବରେ ବିଜେଡି, ଚର୍ଚ୍ଚାରେ ବର୍ଷା

ବରଗଡ: ଗତ ୨୦୧୯ ସାଧାରଣ ନିର୍ବାଚନରେ ବରଗଡ ଜିଲାର ୫ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ବିଜୟୀ ହୋଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ନିର୍ବାଚିତ ହୋଇଥିଲେ। ଅବଶ୍ୟ ପରେ ଏଠାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାରୁ ରୀତା ସାହୁ ବିଧାୟିକା ହୋଇଛନ୍ତି। ଏଭଳି କ୍ଷେତ୍ର​‌େ​‌ର ବରଗଡ଼କୁ ବିଜେଡିର ଅଭେଦ୍ୟ ଦୁର୍ଗ ବୋଲି କୁହାଯାଇପାରେ। ମାତ ଗତ ତିନି ଦଶନ୍ଧି ଧରି ପଦ୍ମପୁରରେ ମଙ୍ଗ ସମ୍ଭାଳି ଥିବା ବିଜୟରଞ୍ଜନ ସିଂବରିହାଙ୍କ ଅବର୍ତ୍ତମାନରେ ବିଜେଡି ପ୍ରାର୍ଥୀ ଚୂଡାନ୍ତ କରି ପାରୁ ନଥିବା ଏବେ ଚର୍ଚ୍ଚାର ବିଷୟ। ଅପରପକ୍ଷରେ ବିଜେପି ଓ କଂଗ୍ରେସ ଦଳ ତାଙ୍କର ପ୍ରାର୍ଥୀ ଘୋଷଣା ସହ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଲେଣି।

ବିଜେଡି ଦଳରେ ଶୃଙ୍ଖଳା ରକ୍ଷା କରି ଦଳ ପ୍ରତି ସମର୍ପିତ ଭାବେ କାମ କରିଥିବା ବ୍ୟକ୍ତିଙ୍କ ବିୟୋଗ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦିଆଯିବାର ଏକ ସୁସ୍ଥ ପରମ୍ପରା ଗଡିଚାଲିଛି। ଏହା ଦ୍ୱାରା ଲୋକଙ୍କ ଆସ୍ଥା ଓ ଅନୁକମ୍ପା ଉଭୟ ଦଳକୁ ମିଳୁଛି। ମାତ୍ର ବିଜେଡି ଦଳର ଏହି ପରମ୍ପରା ପଦ୍ମପୁରରେ କିନ୍ତୁ ଭଙ୍ଗ ହୋଇଯିବା ଆଶଙ୍କା ଦେଖାଦେଲାଣି। ନାମାଙ୍କନପତ୍ର ଦାଖଲର ତିନିଦିନ ବିତି ଯାଇଥିଲେ ମଧ୍ୟ ଶାସକ ଦଳ ତାର ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଏଥିରୁ ଦଳରେ ଟିକେଟ ନେଇ କି ପ୍ରକାର ଦ୍ୱନ୍ଦ୍ବ ରହିଛି ତାକୁ ନେଇ ଖୋଲା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜୟ ବରିହାଙ୍କ ବିଧବା ପତ୍ନୀ ତିଲୋତ୍ତମା ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ମାଗିବା ସତ୍ତ୍ବେ ତାଙ୍କ ନାମ ଚୂଡାନ୍ତ ନହେବା ଓ ପ୍ରାର୍ଥୀଙ୍କ ନାମ ଘୋଷଣା ନହେବା ବିଜେଡିର ଅର୍ନ୍ତଦ୍ୱନ୍ଦ୍ବକୁ ପଦାରେ ପକାଇଲାଣି। ଏଭଳି ସ୍ଥିତିରେ ରବିବାର ପଦ୍ମପୁରର ବିଂଝାଲ ସମ୍ପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତିଲୋତ୍ତମାଙ୍କୁ ଟିକେଟ ଦେବା ପାଇଁ ଦୃଢ଼ ଦାବି କରିଛନ୍ତି।

- Advertisement -

ଏପରିକି ବରିହା ପରିବାର ଟିକଟ ନଦେଲେ ବିଂଝାଲ ସମ୍ପ୍ରଦାୟ ବିଜେଡି ବିରୋଧରେ ଭୋଟ ଦେବ ବୋଲି ଖୋଲାଖୋଲି କହିଲେଣି। ଏହି ଗୋଷ୍ଠୀ ପଛରେ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତାଙ୍କ ହାତ ରହିଥିବା ଆଲୋଚନା ହେଉଛି। ପଦ୍ମପୁରରେ ବିଂଝାଲ ଓ ଆଦିବାସୀ ଭୋଟର ପାଖାପାଖି ୭୧ ହଜାର ଅଛନ୍ତି। କେବଳ ବଂିଝାଲ ୩୧ ହଜାର ହେବେ। ସ୍ବର୍ଗତ ସିଂବରିହା ବିଞ୍ଝାଲ ସଂପ୍ରଦାୟର ହୋଇଥିବାବେଳେ ତାଙ୍କ ପତ୍ନୀ ଶବର ସଂପ୍ରଦାୟର। ଏହା ସତ୍ତ୍ବେ ତିଲୋତ୍ତମାଙ୍କୁ ବିଞ୍ଝାଲ ସଂପ୍ରଦାୟ ସମର୍ଥନ ପରେ ତାଙ୍କର ଲବି ଅତି ସୁଦୃଢ଼ କୁହାଯାଉଛି। ତିଳୋତ୍ତମାଙ୍କ ପ୍ରାର୍ଥୀତ୍ବକୁ ଦଳ ମୋହର ମାରି ନ ଥିବାବେଳେ ବିଞ୍ଝାଲ ସଂପ୍ରଦାୟଙ୍କ ମାନ ରଖି ତାଙ୍କ ଝିଅ ବର୍ଷାରାଣୀ ସିଂବରିହାଙ୍କ ନାମ ଏବେ ଚର୍ଚ୍ଚାକୁ ଆସିଛି। କିଛି ମାସ ପୂର୍ବରୁ ବର୍ଷାଙ୍କ ବିବାହ ହୋଇସାରିଛି। ତାଙ୍କର ଶ୍ବଶୁର ପୂର୍ବତନ ବିଧାୟକ ହୋଇଥିବାବେଳେ ପୂର୍ବରୁ ବିଜେଡି ଦଳର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ତେଣୁ ବର୍ଷାଙ୍କ ପାଇଁ ମଧ୍ୟ ଦଳରେ ଲବି ଆରମ୍ଭ ହୋଇଯାଇଛି। ଅପରପକ୍ଷରେ ମହେନ୍ଦ୍ର ବଢ଼େଇ ଶେଷ ପର୍ଯ୍ୟନ୍ତ ନିଜର ଲବି ଜାରି ରଖିଥିବା ଜଣାପଡିଛି। ଏତେ ଘଟଣାଚକ୍ରରେ କଂଗ୍ରେସ ସତ୍ୟଭୂଷଣ ସାହୁ ଓ ବିଜେପି ପ୍ରଦୀପ ପୁରୋହିତଙ୍କୁ ସେମାନଙ୍କ ପ୍ରାର୍ଥୀ ଭାବରେ ଘୋଷଣା କରିସାରିଛନ୍ତି।

ଅନ୍ୟପକ୍ଷରେ ରବିବାର ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସବୁ ରାଜନୈତିକ ଦଳଙ୍କୁ ଡକାଇ ନିର୍ବାଚନ ପ୍ରକ୍ରିୟାରେ ଭାଗ ନନେବା ପାଇଁ ମୁଣ୍ଡିଆ ମାରି ଗୁହାରି କରାଯାଇଛି। ମାତ୍ର ରାଜନୈତିକ ଦଳଗୁଡ଼ିକ କୃଷକଙ୍କ ଅନୁରୋଧ ରଖିବେ ନା ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। ସେହିପରି ପଦ୍ମପୁର ଜିଲା ଦାବି ଆନ୍ଦୋଳନ ଚାଲିଥିବା ବେଳେ ବିଜେଡି ପକ୍ଷରୁ ଏହାକୁ ସମର୍ଥନ କରାଯାଉଛି ଓ ଭବିଷ୍ୟତରେ ଜିଲା ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମାତ୍ର ବିଜେଡି ଦଳର ଏହି ପ୍ରସ୍ତାବ ପରେ ମଧ୍ୟ ଆନ୍ଦୋଳନ ପ୍ରଶମିତ ହୋଇନାହିଁ। ପଦ୍ମପୁର ନିର୍ବାଚନରେ ରାଜବୋଡାସମ୍ବର କୃଷକ ସଂଗଠନ ଏପର୍ଯ୍ୟନ୍ତ ଏକ ନିର୍ଣ୍ଣାୟକ ଭୂମିକା ନିଭାଇ ଆସିଥିବା ବେଳେ ସଂଗଠନର ମୁଖ୍ୟ ଦାବିଗୁଡ଼ିକ ପ୍ରାୟତଃ ପୂରଣ ହୋଇଗଲାଣି। ମାତ୍ର ସଂଗଠନର ଆଗାମୀ ଆଭିମୁଖ୍ୟ କଣ ହେବ ତାହା ଦିନେ ଦୁଇଦିନ ଭିତରେ ଜଣା ପଡିଯିବ। ୧୭ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ଆଜିଯାଏଁ ଜଣେ ହେଲେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories