www.samajalive.in
Thursday, December 11, 2025
16.1 C
Bhubaneswar

ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ରାଜ୍ୟ ସରକାରଙ୍କ ବ୍ୟୟବରାଦ ୧୦ ହଜାର କୋଟି

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ପଞ୍ଚାୟତରେ ବିଜେଡି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାସ ଦୁଇଟି କଲ୍ୟାଣ ମଣ୍ଡପର ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଥମେ ବିଶ୍ବନାଥ ପୁର ଠାରେ ଅଞ୍ଚଳବାସୀ ଙ୍କ ପକ୍ଷରୁ ଡ଼ ଦାସଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଗାଁରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଇଥିବା କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଥିଲେ। ଏହାପରେ ତାରିଣୀ ପେଣ୍ଠ ଠାରେ ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅନ୍ୟ ଏକ କଲ୍ୟାଣ ମଣ୍ଡପର ମଧ୍ୟ ଉଦଘାଟନ କରାଯାଇଥିଲା। ଏହାପରେ ପଦଯାତ୍ରା ବିକ୍ରମପୁର ଓ କରାପଲ୍ଲୀ ପରିକ୍ରମା କରିବା ସହ ଲୋକଙ୍କ ସମସ୍ୟା ଶୁଣିବା ସହ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। କରାପଲ୍ଲୀ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସଶସ୍ତିକରଣ କରିବା ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି; ଯାହା ଅନ୍ୟ ରାଜ୍ୟ ତୁଳନାରେ ସବୁଠୁ ଅଧିକ ରହିଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଗୋପାଳପୁରର ଦାୟିତ୍ବ ନିଜେ ନେଇଥିବାରୁ ଗୋପାଳପୁରବାସୀ ଭାଗ୍ୟବାନ ବୋଲି ମତବ୍ୟକ୍ତ କରିବା ସହ ନବୀନ ସରକାରଙ୍କୁ ପୁନର୍ବାର ନିର୍ବାଚିତ କରି ଲୋକଙ୍କ ସେବା କରିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ମାଣ୍ଡିଆପଲ୍ଲୀ ଓ ଭାଡିନୀପୁର ଗାଁ ର ୧୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଥିଲେ।

- Advertisement -

ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ ,ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ବିବେକ ରେଡ୍ଡୀ ଜିଲା ପରିଷଦ ଉପାଧ୍ୟକ୍ଷା ଏସ ରାଜେଶ୍ବରୀ ଦୋରା, ବ୍ଲକ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ଜିଲା ପରିଷଦ ସଭ୍ୟ ଦୀପକ ସାମନ୍ତ,କରାପଲ୍ଲୀ ସରପଞ୍ଚ ଏସ ମେନେକା ରେଡ୍ଡୀ,ସମିତି ସଭ୍ୟ ଏମ ଡିଲେଶ୍ବର ରେଡ୍ଡୀ, ଯୁବ ନେତା ଏ. ସନ୍ତୋଷ ପାତ୍ର, ରାମହରି ପାତ୍ର, ବାମନ ଆଚାରୀ,ବ୍ଲକ ଯୁବ ବିଜେଡ଼ି ସଭାପତି ବିନୋଦ ମହାଙ୍କୁଡ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସିଏଚ.ଦିଲେଶ୍ୱର ରେଡ୍ଡୀ,ଜିଲ୍ଲା ମହିଳା ବିଜେଡି ଉପ ସଭନେତ୍ରୀ ବିଷ୍ଣୁ ପ୍ରିୟା ନାୟକ, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ତଥା କରାପଲ୍ଲୀ ସରପଞ୍ଚ ଏସ ମେନେକା ରେଡ୍ଡୀ, ସାହୁ,ଏସ ଧର୍ମରାଜ ରେଡ୍ଡୀ, ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ରଣ୍ଢା ସରପଞ୍ଚ ଅଜିତ ରାଉଳ, ହଳଦିଆପଦର ସମିତି ସଭ୍ୟ କେ.ପ୍ରବୀଣ କୁମାର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତି, ଯୁବ ଉପସଭାପତି ଜିତେନ୍ଦ୍ର ରାଉଳ,ସନ୍ତୋଷ ପ୍ରଧାନ,ସିଏଚ ବାଇରୀ ପାତ୍ର ପ୍ରମୁଖ ଙ୍କ ଶତାଧିକ ମହିଳା ଓ ପୁରୁଷ ସାମିଲ ରହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories