ରେଙ୍ଗାଲି:ରେଙ୍ଗାଲି ବ୍ଲକର ସାଲଡ ପଞ୍ଚାୟତର କୁର୍ଲା ଗ୍ରାମରେ ଚାଲିଥିବା ୧୦ମ ମଉଲାଭଞ୍ଜା ଫୁଟବଳ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଗୋଲଡେନ୍ କ୍ଳବ୍ ଉବୁଡ଼ା ଏବଂ ମାଝି ବ୍ରଦର୍ସ ବେଲପାହାଡ ମଧ୍ୟରେ ଅନୁଷ୍ଠିତ ହେଇଥିଲା। ଏଥିରେ ମାଝି ବ୍ରଦର୍ସ ବେଳ ପାହାଡ ଗୋଳଡେନ୍ କ୍ଳବ୍ ଉବୁଡା କୁ ପରାସ୍ତ କରି ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ଖେଳ ଶେଷ ରେ ଅନୁଷ୍ଠିତ ଟ୍ରଫି ପ୍ରଦାନ ଉତ୍ସବରେ ବିଜେତା ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ଏବଂ ପରାଜିତ ଦଳକୁ ୧୦ ହଜାର ଟଙ୍କା ସହ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା। ଟ୍ରଫି ପ୍ରଦାନ ଉତ୍ସବରେ ଜିଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ, ସାଲଡ଼ ସରପଞ୍ଚ ସତ୍ୟାନନ୍ଦ ମହାନନ୍ଦିଆ, ସମ୍ବଲପୁର ଜିଲା ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ମିଶ୍ର, ବିଶ୍ୱକେଶନ ବିଶ୍ୱାଳ, ଡା ସନ୍ତୋଷ ସିଂ, ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉଭୟ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।
Popular Categories



