MEllora 950×100

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ; ୪୭ଗୋଟି ମାମଲା ଫଇସଲା

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରତ୍ୟାଶା ରାୟଙ୍କ ଅଦାଲତରେ ଚଳିତ ବର୍ଷ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୧ଗୋଟି ଦେଓ୍ବାନୀ ମକଦ୍ଦମା ଓ ୪୬ଗୋଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଫଇସଲା କରାଯାଇଥିବା ବେଳେ ବ୍ୟାଙ୍କର ପ୍ରାକ୍ ମକଦ୍ଦମା ଟଙ୍କା ଆଦାୟ କେସର ୪ଲକ୍ଷ ୩୯ହଜାର ଟଙ୍କା ଆଦାୟ କରାଯାଇଥିଲା। ଦୀର୍ଘ ଦିନରୁ ଚାଲୁ ରହିଥିବା ମକଦ୍ଦମାର ସମାଧାନ ପାଇଁ ଆଗାମୀ ଲୋକ ଅଦାଲତଗୁଡିକରେ ସହାୟତା ନେବା ପାଇଁ ଅଧ୍ୟକ୍ଷା ବାର୍ତ୍ତା ଦେଇଥିଲେ। ଏଥିରେ ମ.ରାମପୁର ଓକିଲ ସଂଘର ସମସ୍ତ ଆଇନଜୀବୀ ସହଯୋଗ କରିଥିଲେ।

Comments are closed.