www.samajalive.in
Thursday, December 11, 2025
18.1 C
Bhubaneswar

ଏନକାଉଣ୍ଟରରେ ସାଧାରଣ ନାଗରିକ ମୃତ!

ମାଲକାନଗିରି: ବୈପାରୀଗୁଡ଼ାରେ ପୁଲିସ ଏନକାଉଣ୍ଟରରେ ୨ ମୃତ୍ୟୁ ଘଟଣା। ଏହି ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ପୁଲିସ ଏନକାଉଣ୍ଟର ବିରୋଧରେ ​‌ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୨୨୬ କଟାମେଟା ଛକରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଉପରେ ବସି ନ୍ୟାୟ ଦାବି କରିଛନ୍ତି ଲୋକେ। ଗତ ୧୧ ତାରଖରେ ପୁଲିସ-ମାଓବାଦୀ ଗୁଳିବିମୟରେ ୨ଜଣଙ୍କ ଜୀବନ ଯାଇଥିଲା। ଏଥିରେ ପୁଲିସ ଏନକାଉଣ୍ଟରରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ତେବେ ଆଜି ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ସ୍ଥାନୀୟ ଲୋକେ ସାଧାରଣଲୋକଙ୍କୁ ପୁଲିସ ନକ୍ସଲ ଦର୍ଶାଉଥିବା ଅଭିଯୋଗ କରିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories