www.samajalive.in
Monday, December 8, 2025
27.1 C
Bhubaneswar

ପାଠରେ ଡୋରି ବାନ୍ଧିଲା ନାବାଳିକା, ଦିବ୍ୟାଙ୍ଗ ଭାଇ ଓ ପରିବାରର ନେବ ଯତ୍ନ

କଲମପୁର: ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ। ସମ୍ପତି କହିଲେ କେବଳ ମାଟି ଘର ଖଣ୍ଡକ। ଯେଉଁଠିରେ ପରିବାରର ସମସ୍ତ ସଦସ୍ୟ ଦୁଃଖେ ସୁଖେ ଚଳିଯାଉଥିଲେ। କିନ୍ତୁ ଏହି ପରିବାର ଉପରେ ମାଡି ଆସିଲା ଦୁଃଖର କଳା ବାଦଲ। ପ୍ରଥମ କନ୍ୟା ସନ୍ତାନ ପରେ ଦ୍ୱିତୀୟ ଏବଂ ତୃତୀୟ ଗୋଟିଏ ପରେ ଆଉ ଗୋଟିଏ ଏପରି ଲଗାତାର ଦୁଇ ଗୋଟି ଦିବ୍ୟାଙ୍ଗ ପୂତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲା କଲମପୁର ବ୍ଲକ ଅଧିନସ୍ଥ ଦୁଲକିବନ୍ଧ ଗ୍ରାମର କୈଳାଶ ମାଝୀଙ୍କ ପତ୍ନୀ। ପରବର୍ତି ସମୟରେ କୈଳାଶଙ୍କ ପତ୍ନୀ ଘର ଛାଡି ଚାଲିଯାଇଥିଲା। ଘରେ କିନ୍ତୁ ଅସହାୟ ଅବସ୍ଥାରେ ରହିଗଲେ ଦୁଇ ଦିବ୍ୟାଙ୍ଗ ଶିଶୁ ସନ୍ତାନ ମନୋଜ ଏବଂ ଦୁଷ୍ମନ୍ତଙ୍କ ସହ କୈଳାଶ ଏବଂ ଝିଅ ମନୀଷା। କୈଳାଶର ଭରସା ଥିଲା ପତ୍ନୀ ନିଶ୍ଚିତ ଫେରିବ। କିନ୍ତୁ ତା ଅପେକ୍ଷା ଅପେକ୍ଷାରେ ରହିଗଲା। ଅନ୍ୟପଟେ ଚାଲିବାରେ ସକ୍ଷମ ନଥିବା ଦୁଇ ଦିବ୍ୟାଙ୍ଗ ଶିଶୁ ସନ୍ତାନ ସେବା ଯତ୍ନ ପାଇଁ ଅସହାୟ ହୋଇ ପଡିଲେ କୈଳାଶ। ପୁଣି କୈଳାଶର ପରିବାର ଦୁର୍ଭାଗ୍ୟର ଶିକାର ହେଲେ। ଏକ ଦୁର୍ଭାଗ୍ୟ କ୍ରମରେ କୈଳାଶର ଗୋଡ ଭାଙ୍ଗି ଯାଇଥିଲା। ଶେଷରେ ଅନ୍ୟ ଝିଅଙ୍କ ଭଳି ଅଧିକ ପାଠ ପଢିବା ପାଇଁ ଇଛା ଥିଲେ ମଧ୍ୟ ବଡ ଝିଅ ମନୀଷା ଦୁଇ ଦିବ୍ୟାଙ୍ଗ ଭାଇଙ୍କ ସେବା ଯତ୍ନ ସହ ପରିବାର ପ୍ରତିପୋଣମ ପାଇଁ ନିଜ ପାଠ ପଢାର ଡୋରି ବାନ୍ଧିବାକୁ ବାଧ୍ୟ ହେଲା। ଯେଉଁ ବୟସରେ ଖାତା କଲମ ଧରି ବିଦ୍ୟାଳୟକୁ ଯାଇଥାନ୍ତି ସେହି ବୟସରେ ହାତରେ ଦାଆ ଧରି ବିଲକୁ ଧାନ କାଟିବା ପୁଣି ଘାସ ବାଛିବା ପାଇଁ ଯାଉଛି। ନଚେତ ବାପା କୈଳାଶ ମୂଲ ଲାଗିବା ପାଇଁ ଗଲେ ଘରେ ରହି ଦୁଇ ଭାଇଙ୍କ ସେବା ଯତ୍ନ ନେବା ସହ ଚୁଲି ଜଳାଇ ରୋଷେଇ କରିବାରେ ଦିନ ଅତିବାହିତ କରୁଛି ମନୀଷା।

ସରକାର ଦିବ୍ୟାଙ୍ଗଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ସେହି ସବୁ ସରକାରୀ ଯୋଜନା କୈଳାଶ ପରିବାର ନିକଟରେ ଅପହଞ୍ଚ। ଅଦ୍ୟାବଧି ଦୁଇ ଶିଶୁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରିନାହାଁନ୍ତି। ଏପରିକି ପ୍ରଶାସନ ପାଖରେ ଏନେଇ ଖବର ନାହିଁ। ତେଣୁ କୌଣସି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଇଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ଶିଶୁ। ଏମାନେ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ବାଧକ ସାଜିଛି ଆଧାର କାର୍ଡ। ଏମାନଙ୍କ ପାଇଁ ଆଧାର କାର୍ଡ ନଥିବାରୁ କୌଣସି ସରକାରୀ ଯୋଜନା ପାଇଁ ଆବେଦନ କରି ପାରୁନଥିବା କହିଛନ୍ତି ଦୁଇ ଦିବ୍ୟାଙ୍ଗଙ୍କ ବାପା କୈଳାଶ। କିଭଳି ଆଧାର ହେବ ସେ ନେଇ ସେମାନେ ଚିନ୍ତିତ। ଉକ୍ତ ଶିଶୁ ମାନଙ୍କ ଆଧାର କାର୍ଡ ହେଇ ପାରିନଥିବାରୁ ସେମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଇଛନ୍ତି। ତୁରନ୍ତ ସେମାନଙ୍କ ଆଧାର କାର୍ଡ କରାଯିବା ନେଇ ପଦକ୍ଷେପ ନେଲେ ଏହି ପରିବାର ସରକାରୀ ସହାୟତା ପାଇବାରେ ସମର୍ଥ ହେଇ ପାରନ୍ତେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories