ମାଲକାନଗିରି: ବୈପାରୀଗୁଡ଼ାରେ ପୁଲିସ ଏନକାଉଣ୍ଟରରେ ୨ ମୃତ୍ୟୁ ଘଟଣା। ଏହି ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ପୁଲିସ ଏନକାଉଣ୍ଟର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୨୨୬ କଟାମେଟା ଛକରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଉପରେ ବସି ନ୍ୟାୟ ଦାବି କରିଛନ୍ତି ଲୋକେ। ଗତ ୧୧ ତାରଖରେ ପୁଲିସ-ମାଓବାଦୀ ଗୁଳିବିମୟରେ ୨ଜଣଙ୍କ ଜୀବନ ଯାଇଥିଲା। ଏଥିରେ ପୁଲିସ ଏନକାଉଣ୍ଟରରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ତେବେ ଆଜି ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ସ୍ଥାନୀୟ ଲୋକେ ସାଧାରଣଲୋକଙ୍କୁ ପୁଲିସ ନକ୍ସଲ ଦର୍ଶାଉଥିବା ଅଭିଯୋଗ କରିଛନ୍ତି।
Popular Categories



