www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱ ନିମୋନିଆ ଦିବସରେ ଜନସେଚେତନତା କାର୍ଯ୍ୟକ୍ରମ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଯୋରନ୍ଦା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ବିଶ୍ୱ ନିମୋନିଆ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‌ ଅସ୍‌ଲମ୍‌ ଫୁସ୍‌ଫୁସ୍‌ ରେ ସଂକ୍ରମଣକୁ ନିମୋନିଆ ରୋଗ କୁହାଯାଏ ଏବଂ ଏହା ଏକ ପ୍ରଦାହଜନିତ ସଂକ୍ରାମକ ରୋଗ ବୋଲି କହିଥିଲେ। ଏହା ସବୁ ବୟସର ଲୋକଙ୍କଠାରେ ଦେଖାଯାଏ, ବିଶେଷକରି ଶୂନ୍ୟରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଠାରେ ଅଧିକ ଦେଖାଯାଇଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷ ଅଧିକ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏପରିକି ଅନେକ କ୍ଷେତ୍ରରେ ବୟସର ଅନ୍ତିମ ସମୟରେ ଏହି ନିମୋନିଆ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହା ମାରାତ୍ମକ ହୋଇଥାଏ। ସହରତଳି ଅଞ୍ଚଳ, ପରିଷ୍କାର ପରିଚ୍ଛନ୍ନତା ରହୁନଥିବା ଅଞ୍ଚଳ, ଘନ ଜନବସତି ଓ ବାୟୁ ସଂଚାଳନରେ ସମସ୍ୟା ଥିବା ଅଞ୍ଚଳରେ ନିମୋନିଆ ରୋଗ ଅଧିକ ଦେଖାଯାଇଥାଏ । ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ଏହି ରୋଗରେ ଅକ୍ଳେଶରେ ଆକ୍ରାନ୍ତ ହୁଅନ୍ତି । ନିମୋନିଆ ରୋଗର ମୁଖ୍ୟକାରଣ ରୋଗ ସୃଷ୍ଟିକାରୀ ଜୀବାଣୁ ଏବଂ ଏହା ଫୁସଫୁସର କ୍ଷତ, କଫ ଓ ଖଙ୍କାରରେ ରହିଥାନ୍ତି । ଏହାର ଲକ୍ଷଣ ରୋଗ ଆରମ୍ଭରୁ ତୀବ୍ରତର ହୋଇଥାଏ । ରୋଗୀକୁ ଅସୁସ୍ଥ ଲାଗେ, ମୁଣ୍ଡବିନ୍ଧେ, ଦେହହାତ ଘୋଳାବିନ୍ଧା ଓ ଯନ୍ତ୍ରଣା ହୋଇଥାଏ। ଶୁଖିଲା ବିରକ୍ତିକର କାଶ ଓ ବାନ୍ତି ହୋଇ ବ୍ୟତିବ୍ୟସ୍ତ କରାଇଦିଏ । ରୋଗ ଆରମ୍ଭରୁ ୭ଦିନ ସଂକଟାପନ୍ନ ହୋଇଥାଏ ତେଣୁ ରୋଗର ଲକ୍ଷଣ ଦେଖାଦେବା କ୍ଷଣି କୌଣସି ଅନ୍ଧବିଶ୍ୱାସର ଶିକାର ନହୋଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଶ୍ରୀ ଅସ୍‌ଲମ୍‌ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ ଏବଂ ମେଘା ସେକ୍ଟରର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସିଏଚଓ, ଅଙ୍ଗନବାଡି ଓ ଆଶାକର୍ମୀ, ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories