www.samajalive.in
Sunday, December 14, 2025
26.1 C
Bhubaneswar

ଆଠଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ :  ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଶନିବାର ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ପ୍ରଦୀପ୍ତ କୁମାର ସାହୁ ଲୋକ ଅଦାଲତକୁ ଉଦ୍‌ଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ବିଚାରପତି ଶ୍ରୀ ସାହୁ ୧୬ଟି ମଟରଯାନ ଦୁର୍ଘଟଣା ମାମଲାର ସମାଧାନ କରି କ୍ଷତିପୂରଣ ବାବଦରେ ଆବେଦନକାରୀମାନଙ୍କୁ ୭୭.୧୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡିକୁ ଆଦେଶ ଦେଇଥିଲେ। ସେହିପରି ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ ୧୮ଟି ବ୍ୟାଙ୍କ ଋଣ ଅନାଦେୟ ମାମଲାର ଫୈସଲା କରି ମୋଟ ୮ଲକ୍ଷ ୪୩୭୦୫ଟଙ୍କା ଆଦାୟ କରାଇଥିଲେ। ଏସଡିଜେଏମ ଏସ କୁନମୁନ ଆଚାରୀ ଏବଂ ଜେଏମଏଫସି ପୂଜା ଜୈନ ନିଜ ଅଦାଲତରେ ୬୬ଟି ଫୌଜଦାରୀ ମାମଲାର ସମାଧାନ କରିଥିଲେ। ତହସିଲଦାର ପ୍ରିୟବ୍ରତ ଦାସ ନିଜ ଅଦାଲତରେ ବହୁ ସଂଖ୍ୟକ ରାଜସ୍ୱ ମାମଲାର ସମାଧାନ କରି ରାଜସ୍ୱ ବାବଦକୁ ୧ଲକ୍ଷ ୭୫୨୮୫ଟଙ୍କା ଆଦାୟ କରିଥିଲେ। ଏହି ଲୋକ ଅଦାଲତରେ ଆଠଗଡ ଷ୍ଟେଟବ୍ୟାଙ୍କ, ୟୁକୋ ବ୍ୟାଙ୍କ ଶାଖା ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ ଶାଖା ପକ୍ଷରୁ ବହୁ ଅଧିକାରୀ ଯୋଗଦେଇ ବ୍ୟାଙ୍କ ଋଣ ଅନାଦେୟ ମାମଲା ଫୈସଲାରେ ସହଯୋଗ କରିଥିଲେ। ଓକିଲ ସଂଘର ସଭାପତି ସତ୍ୟେନ ପଣ୍ଡାଙ୍କ ସମେତ ଅନ୍ୟ ଆଇନଜୀବୀମାନେ ଏବଂ ଆଇନସେବା ସଂସ୍ଥାର ସରୋଜ ରଞ୍ଜନ କାଳିଆ ଓ ବୀଣାପାଣି ଦାସ ପ୍ରମୁଖ ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories