www.samajalive.in
Sunday, December 14, 2025
14.1 C
Bhubaneswar

ରାଷ୍ଟ୍ରପତିଙ୍କୁ ନେଇ ଟିଏମସି ନେତାଙ୍କ ଅଶାଳୀନ ମନ୍ତବ୍ୟ; ଅଖିଳ ଗିରିଙ୍କ ଗିରଫ ଦାବି କଲା ବିଜେପି

କୋଲକାତା: ରାଷ୍ଟ୍ରପତିଙ୍କୁ ନେଇ ପୁଣି ଆଉ ଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି । ଟିଏମସି ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ନନ୍ଦିଗ୍ରାମର ଏକ ଜନସଭାରେ ଅଖିଳ ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରିଥିବା ଶୁଣିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ରୂପକୁ ନେଇ ଅଖିଳ ଗିରି ବ୍ୟଙ୍ଗ କରିଥିବା ବେଳେ ଆମେ ରାଷ୍ଟ୍ରପତି ଚେୟାରକୁ ସମ୍ମାନ କରୁଛୁ । କିନ୍ତୁ ଆମର ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି ? ବୋଲି ସେ ଜନସଭାରେ କହିଛନ୍ତି ।

ଅଖିଳ ଗିରିଙ୍କ ଏହି ଭାଷଣର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଟିଏମସି ନେତାଙ୍କ ଏହି ମନ୍ତବ୍ୟକୁ ନେଇ ସବୁଠି ଅସନ୍ତୋଷ ଦେଖା ଦେଇଛି । ବିଜେପି ଏହାକୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛି । ବିଜେପି ଉଭୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମନ୍ତ୍ରୀ ଅଖିଳ ଗିରିଙ୍କୁ ସିଧାସଳଖ ଏହାର ଜବାବ ମାଗିଛି । ବିଜେପି କହିଛି କି, ଅଖିଳ ଗିରି ରାଷ୍ଟ୍ରପତିଙ୍କ ବିରୋଧରେ ଏହି ମନ୍ତବ୍ୟ ଦେବା ବେଳେ, ମମତା ସରକାରଙ୍କ ମହିଳା କଲ୍ୟାଣ ବିଭାଗର ମନ୍ତ୍ରୀ ଶଶି ପଙ୍କା ସେଠାରେ ଉପସ୍ଥିତ ଥିଲେ ।

- Advertisement -

ବିଜେପି ନେତା ଅମିତ ମାଲଭିଆ ଟ୍ୱିଟ କରି ଏହା ଲେଖିଥିବା ଦେଖିବାକୁ ମିଳିଛି । ମାଲଭିଆ ଆହୁରି କହିଛନ୍ତି- ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ । ନିର୍ବାଚନରେ ​​ମଧ୍ୟ ସେ ମୁର୍ମୁଙ୍କୁ ସମର୍ଥନ କରିନଥିଲେ  । ଏହା ଏକ ଲଜ୍ଜାଜନକ ପ୍ରସଙ୍ଗ ବୋଲି ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି । ସେହିପରି ବିଜେପିର ଅନ୍ୟ ନେତା ଓ ମନ୍ତ୍ରୀ ମାନେ ଏହି ଘଟଣାକୁ କଡ଼ା ନିନ୍ଦା କରିଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ବିଜେପି ସାଂସଦ ସୁମିତ୍ରା ଖାନ ଜାତୀୟ ମହିଳା ଆୟୋଗକୁ ଏକ ଚିଠି ଲେଖିଛନ୍ତି । ଟିଏମସି ନେତା ଅଖିଳ ଗିରିଙ୍କୁ ଗିରଫ ଦାବି କରିଛନ୍ତି ସୁମିତ୍ରା । ତାହାଛଡ଼ା ଅଖିଲଙ୍କୁ ବିଧାୟକ ପଦରୁ ବରଖାସ୍ତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories