www.samajalive.in
Monday, December 15, 2025
14.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି… ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା… ବିଜେଡି କି କଂଗ୍ରେସ ପକ୍ଷରୁ ଦିଆଯାଇନି କୌଣସି ନାଁ… ଉଭୟ କରୁଛନ୍ତି ରଣନୀତି ପ୍ରସ୍ତୁତ… ଖୋଜାଚାଲିଛି ଉତ୍ତମ ପ୍ରାର୍ଥୀ… ସେପଟେ ପୁଣି ଉପନିର୍ବାଚନରେ ବିଜୟକୁ ନେଇ ଆଶା ବାନ୍ଧିଲାଣି ବିଜେପି…

(୨) ପୁଣି ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ… ଅଶାଳୀନ ମନ୍ତବ୍ୟ ଦେଲେ ଟିଏମସି ନେତା ଅଖିଳ ଗିରି… ପଶ୍ଚିମବଙ୍ଗ ନନ୍ଦିଗ୍ରାମର ଏକ ଜନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ କଲେ ତାଚ୍ଛଲ୍ୟ… କହିଲେ, ରାଷ୍ଟ୍ରପତି କାର୍ଯ୍ୟକାଳକୁ ଦେଉଛୁ ସମ୍ମାନ… ହେଲେ ରୂପକୁ ନେଇ କଲେ ବ୍ୟଙ୍ଗ…

- Advertisement -

(୩) ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା… ମୁଣ୍ଡଗଣ୍ଡି କାଟି ଅଲଗା କରିଦେଲେ ଦୁର୍ବୃତ୍ତ… ହତ୍ୟା ସନ୍ଦେହରେ ମୃତକଙ୍କ ୨ ପୁତୁରାଙ୍କୁ ଅଟକ ରଖିଛି ପୁଲିସ… ଘଟଣାସ୍ଥଳରେ ପୁଲିସର ଛାନଭିନ୍‌ ଆରମ୍ଭ… ଉଦଳା ଖୁଣ୍ଟା ଥାନା ସାଜନଡିହି ଗାଁର ଘଟଣା…

(୪) ଇଡି ଖୋଲୁଛି ନାଗପେଡ଼ି… ଫିଟିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର… ଗତକାଲି ସହଯୋଗୀ ଖଗେଶ୍ୱରକୁ ଗିରଫ ପରେ ରିମାଣ୍ଡରେ ନେଇଛି ଇଡି… ୧୦ ଦିନିଆ ରିମାଣ୍ଡରେ ନେଇ  କରୁଛି ଅଧିକ ପଚରାଉଚରା… ସେପଟେ ଘଟଣାକୁ ନେଇ ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି… କେତେବେଳେ ବି ନଜରକୁ ଆସିପାରେ କହାର କଳାକାରନାମା…

(୫) ଭୋଟ୍‌ ଦେଉଛି ହିମାଚଳ ପ୍ରଦେଶ… ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ… ରାଜ୍ୟର ସମସ୍ତ ୬୮ଟି ବିଧାନସଭା ଆସନ ପାଇଁ କରାଯାଉଛି ଭୋଟିଂ… ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ…ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫୫ଲକ୍ଷରୁ ଅଧିକ ଭୋଟର…

(୬) ଜାଡ଼ରେ ଥରିବ ଓଡ଼ିଶା… ରାଜ୍ୟରେ ବଢ଼ିବ ଶୀତ… କମିବ ରାତିର ତପମାତ୍ରା… ଆଗାମୀ ୩ରୁ ୪ଦିନ ମଧ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ… ଅଧିକାଂଶ ସ୍ଥାନରେ ୪ ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories