ହାତୀ ବାହାନାରେ ଅଘୋଷିତ ବିଦ୍ୟୁତ୍ କାଟ; କପୁଣ୍ଡି ଅଞ୍ଚଳରେ ଅସନ୍ତୋଷ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଗତ ତିନିଦିନ ଧରି ୨୪ଟିକିଆ ହତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । କିନ୍ତୁ ଦୁଃଖର ବିଷୟ ଶୁକ୍ରବାର କପୁଣ୍ଡି ଗ୍ରାମପଞ୍ଚାୟତ ଅଞ୍ଚଳରରେ ହାତୀ ବାହାନାରେ ବିଦ୍ୟୁତ୍ କାଟ ହୋଇଥିବା ଅଭିଯୋଗ ହୋଇଛି । ବିଦ୍ୟୁତ୍ କାଟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବନବିଭାଗର ସୂଚନା ଅନୁସାରେ ହାତୀପଲ କାଶିଆ ଜଙ୍ଗଲର ରାମଚନ୍ଦ୍ର ପୁରରେ ରହିଛନ୍ତି । ଫଳରେ ସାହାରପଡା କ୍ଷେତ୍ରର କପୁଣ୍ଡି ଅଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯାଇଛି । ହାତୀମାନେ ଥିବା ଅଞ୍ଚଳକୁ ଛାଡି କେତେ ଦୂରରୁ ବିଦ୍ୟୁତ୍ କଟ୍ କରାଯିବ ସେନେଇ ସମସ୍ତ ସରକାରୀ ନିୟମକୁ ପାଳନ ନକରି ବିଦ୍ୟୁତ୍ ବିଭାଗ ମାନମୁଖୀ କାର୍ଯ୍ୟ ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିପ୍ରତି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।
Comments are closed.