www.samajalive.in
Saturday, December 13, 2025
21.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଇଡି ଖୋଲୁଛି ନାଗପେଡ଼ି… ଫିଟିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର… ଗତକାଲି ସହଯୋଗୀ ଖଗେଶ୍ୱରକୁ ଗିରଫ ପରେ ରିମାଣ୍ଡରେ ନେଇଛି ଇଡି… ୧୦ ଦିନିଆ ରିମାଣ୍ଡରେ ନେଇ  କରୁଛି ଅଧିକ ପଚରାଉଚରା… ସେପଟେ ଘଟଣାକୁ ନେଇ ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି… କେତେବେଳେ ବି ନଜରକୁ ଆସିପାରେ କହାର କଳାକାରନାମା…

(୨) ୟୁକ୍ରେନ୍‌ ନିକଟରେ ହାର୍‌ ମାନୁଛି କି ରୁଷ ?… ଖେରସନ ଅଞ୍ଚଳରୁ ସୈନ୍ୟ କଲା ପ୍ରତ୍ୟାହାର… ପୁଣି ଖେରସନକୁ ନିଜ ଦଖଲକୁ ନେଲା ୟୁକ୍ରେନ୍‌… ସାମାଜିକ ଗଣମାଧ୍ୟମ ଜରିଆରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା… ବଳକା ରୁଷ୍‌ ସୈନ୍ୟଙ୍କୁ ଆତ୍ମସମର୍ପଣ କରିବାକୁ କହିଲା ୟୁକ୍ରେନ୍‌ ସେନା…

- Advertisement -

(୩) ଭୋଟ୍‌ ଦେଉଛି ହିମାଚଳ ପ୍ରଦେଶ… ରାଜ୍ୟର ସମସ୍ତ ୬୮ଟି ବିଧାନସଭା ଆସନ ପାଇଁ ହେଉଛି ମତଦାନ… ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ…ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫୫ଲକ୍ଷରୁ ଅଧିକ ଭୋଟର… ନିର୍ବାଚନ ମୈଦାନରେ ରହିଛନ୍ତି ୪୧୨ଜଣ ପ୍ରାର୍ଥୀ…

(୪) ଦୁର୍ଘଟଣା ନେଲା ୨ ଜୀବନ… ମାର୍ଶାଘାଇ ଥାନା ଜୟଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ମୃତ ଯୁବକ ଦୁଇଜଣ ହେଲେ ଚତୁର୍ଭୂଜ ଦାସ ଏବଂ ମହେନ୍ଦ୍ର ସତପଥୀ.. ଉଭୟଙ୍କ ଘର କରଞ୍ଜ ଗ୍ରାମରେ… ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ…

(୫) ପଦ୍ମପୁର ପାଇଁ ବଢ଼ିଲାଣି ରାଜନୀତି ଉଷ୍ମତା… ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଦୀପ ପୁରୋହିତଙ୍କୁ କରାଯାଇପାରେ ପ୍ରାର୍ଥୀ… ଧାମନଗର ବିଜୟ ପରେ ପଦ୍ମପୁର ଆସନ ଉପରେ ବିଜେପିର ନଜର… ପ୍ରଚାର କରିବେ ନବାଗତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ…  ବିଜେଡି ମଧ୍ୟ ଗଡ଼ ବଞ୍ଚାଇବାକୁ କରିବ ପ୍ରୟାସ… ପ୍ରାର୍ଥୀ ଦେବାକୁ କଂଗ୍ରେସ କଷୁଛି ଗଣିତ…

(୬) ଜାଡ଼ରେ ଥରିବ ଓଡ଼ିଶା… ରାଜ୍ୟରେ ବଢ଼ିବ ଶୀତ… କମିବ ରାତିର ତପମାତ୍ରା… ଆଗାମୀ ୩ରୁ ୪ଦିନ ମଧ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ… ଅଧିକାଂଶ ସ୍ଥାନରେ ୪ ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories