www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ହିମାଚଳ ପ୍ରଦେଶ ଭୋଟ

ସିମ୍‌ଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଶନିବାର ଭୋଟ ଗ୍ରହଣ ହେବ। ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ରାଜ୍ୟର ୫୫ଲକ୍ଷରୁ ଅଧିକ ଭୋଟର ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ନିମନ୍ତେ ୭୭୮୪ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଏଥିରୁ ୩୯୭ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ଏଥର ନିର୍ବାଚନ ଲଢୁଥିବା ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୬ ଜଣ ହେଉଛନ୍ତି କୋଟିପତି। ଆପ୍ ୬୮ଟି ଆସନରୁ ୬୭ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଏଥିରୁ ୫୬ଜଣ କୋଟି ପତି। ସେହିପରି କଂଗ୍ରେସର ୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୬୧ଜଣ କୋଟିପତି।
ଚଳିତ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହୋଇଥିବା ଚଢଉ ବେଳେ ୫୦.୨୮ କୋଟି ଟଙ୍କାର ମଦ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଯାହାକି ୨୦୧୭ ନିର୍ବାଚନ ତୁଳନାରେ ୫ଗୁଣା ଅଧିକ। ୨୦୧୭ରେ ୯.୦୩ କୋଟି ଟଙ୍କାର ଜିନିଷ ଜବତ ହୋଇଥିଲା। ଜବତ ଜିନିଷ ମଧ୍ୟରେ ୧୭.୧୮ କୋଟି ନଗଦ ଟଙ୍କା, ୧୭.୫ କୋଟି ଟଙ୍କାର ମଦ, ୧.୨ କୋଟିର ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଓ ୪୧ ଲକ୍ଷ ଟଙ୍କାର ବିଭିନ୍ନ ଉପହାର ରହିଛି। ହିମାଚଳ ପ୍ରଦେଶ ସରକାରଙ୍କ ଉପରେ ଏବେ ୬୪,୯୦୪ କୋଟି ଟଙ୍କାର ଋଣ ବୋଝ ରହିଛି। ଯାହା ଆଗାମୀ ସରକାର ନିମନ୍ତେ ବଡ ଆହ୍ବାନ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories