ଶନିବାର ରାଶିଫଳ (୧୨/୧୧/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Nov 12, 2022 Share ମେଷ : ପୁଣ୍ୟକର୍ମ ହେତୁ ଧନାଗମର ଅନ୍ତଃସ୍ରୋତ ଅବ୍ୟାହତ ରହିବ। ପ୍ରଭାବଶାଳୀ ହୋଇପାରନ୍ତି। ପୁତ୍ରର ଆୟ ଧନ ଭଣ୍ଡାରକୁ ବୃଦ୍ଧି କରିବାରେ ସହାୟକ ହେବ। ବନ୍ଧୁ ସୂତ୍ରରୁ ଧନ ମିଳିପାରେ। ବୃଷ : ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଅପରିହାର୍ଯ୍ୟ। ଦାମ୍ପତ୍ୟ ସୁଖ ମିଳିବ। ମିଥୁନ : ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଜ୍ଞାନଗରିମାସମ୍ପନ୍ନ ହେବେ। ଧର୍ମଧାରଣାରେ ଧନ ବ୍ୟୟ କରିପାରନ୍ତି। ଏକାନ୍ତରେ ସାଧନା ଫଳଦାୟକ ହେବ। ଶାଶ୍ବତ ଶାନ୍ତିର ଓ ସୁଖର ସନ୍ଧାନ ପାଇବେ। କର୍କଟ : ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହେବେ। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନକୁ ଜନସେବାରେ ନିୟୋଜିତ କରି ଉତ୍ସର୍ଗୀକୃତ ହେବେ। ସିଂହ : ଚେତନାର ଉଳପ୍ରଦୀପ ସ୍ବରୂପ ସେବା ଅନୁଷ୍ଠାନର ଭାଗ୍ୟାକାଶକୁ ଉଳମୟ କରିପାରନ୍ତି। ଜୀବନକାଳ ସମର୍ପିତ ହୋଇପାରେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିବାରେ ବ୍ରତୀ ହୋଇପାରନ୍ତି। କନ୍ୟା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ମିଳିଥିବା କ୍ଷମତାକୁ ଉପଭୋଗ୍ୟଭାବେ ନଭାବି, ତାକୁ ସାର୍ବଜନୀନ କରିପାରନ୍ତି। ଠାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ନିବେଦନ କରିପାରନ୍ତି। Related Posts ପୁଅ ମାଡମାରିବା ଭୁଲିଗଲେ କି ରଘୁବର! କହିଲେ… Jan 11, 2025 ଇଂଲଣ୍ଡ ଟି୨୦ ପାଇଁ ଭାରତୀୟ ଟିମ୍ ଘୋଷଣା,… Jan 11, 2025 ତୁଳା : ଉପୁଜିଥିବା ସମସ୍ୟାକୁ ଧୈର୍ଯ୍ୟର ସହ ସମାଧାନ କରିପାରିବେ। ପରିସ୍ଥିତି ଦୁଃଖ ଦେଇପାରେ; ମାତ୍ର ତାହା କ୍ଷଣିକ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। ବିଛା : ସେବା ପରାୟଣ ମନୋବୃତ୍ତିର ହେବେ। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ନିଜେ ଦୁଃଖ ସହି ଅନ୍ୟକୁ ସୁଖ ବାଣ୍ଟିବାର ପ୍ରୟାସ ଫଳଦାୟକ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ଧନୁ : କର୍ମ କୁଶଳତା ପାଇଁ ସୁଖ ସମ୍ମାନର ଅଧିକାରୀ ହେବେ। ଖର୍ଚ୍ଚ ସୀମିତ କରିବାରେ ପାରଙ୍ଗମ ହେବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ବୋଝରୁ ମୁକ୍ତ ହେବେ। ଆଦର୍ଶବାଦୀ ହେବେ। ମକର : ଧନଜନ ଗୋପ ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହୋଇପାରନ୍ତି। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ ହୋଇପାରନ୍ତି। ଆଚରଣ ଶୁଦ୍ଧି ନ ହେଲେ ପ୍ରଚଳନ ମୂଲ୍ୟହୀନ ହୋଇପାରେ। କୁମ୍ଭ : ଆତ୍ମବଳକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହେବେ। ପବିତ୍ରଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିପାରନ୍ତି। ଧୀ’ ଶକ୍ତି ସମ୍ପନ୍ନ ହେବେ। ପତ୍ନୀ ଅଧ୍ୟବସାୟ ଓ ଉଦ୍ୟମ ବଳରେ ବଳୀୟାନ ହେବେ। ମୀନ : ଆଜି ଦିନ ଭିତରେ ଆପଣଙ୍କ କାର୍ଯ୍ୟ ଅଲୌକିକ ଓ ଜନସାଧାରଣଙ୍କ କଲ୍ୟାଣମୂଳକ ହେବ। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି। ସତ୍ୟଧର୍ମ ପରାୟଣ ହେବେ। n Share FacebookTwitterWhatsApp
Comments are closed.