www.samajalive.in
Saturday, December 13, 2025
26.1 C
Bhubaneswar

ସାହାରପଡାରେ ରାହାସ ପୁର୍ଣିମା ପୂଜା 

ପାଟଣା : ସାହାରପଡା ମୁଖ୍ୟାଳୟ ହାଟ ପଡ଼ିଆ ସ୍ଥିତ ରାହାସ ପୂଜା ମଣ୍ଡପରେ ନିରାଡ଼ମ୍ବର ଭାବେ ପୂଜା ପାଉଛନ୍ତି ରାଧାକୃଷ୍ଣ। ତେବେ ଏଠାରେ ରାହାସ ପୂଜା କମିଟି ପକ୍ଷରୁ ଦୀର୍ଘ ପଚାଶ ବର୍ଷରୁ ଅଧିକ ସମୟ ହେବ ରାହାସ ପୂଜା ପାଳନ ହୋଇଆସୁଛି। ବୁଧବାର ସକାଳେ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ପୂଜକ ସଞ୍ଜୟ କୁମାର ତ୍ରିପାଠୀ, ଶ୍ରୀକାନ୍ତ ନନ୍ଦ, ଲକ୍ଷ୍ମୀଧର ପଣ୍ଡା ପୂଜା ଅର୍ଚ୍ଚନା କରୁଥିବା ବେଳେ ଯୁଧିଷ୍ଠିର ମହାନ୍ତ ସଂକଳ୍ପରେ ବସିଥିଲେ। ଏଥର ଧୁମଧାମରେ ଯାକଜମକରେ ମଣ୍ଡପ ସୁସଜ୍ଜିତ ହୋଇଥିବା ବେଳେ ଲୋକଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଅପେରା ଅନୁଷ୍ଠିତ ହେଉଛି । ପୂଜା କମିଟି ସଦସ୍ୟ ରଥୁ ମହାନ୍ତ, ଉତ୍ତମ କୁମାର ଖଟୁଆ, ମନୋରଞ୍ଜନ ଦିଗାର, ଧିରୋଜ କୁମାର ମହାନ୍ତ, ଅନିଲ କୁମାର ମହାନ୍ତ, ନବ କିଶୋର ସେଠି ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ସହଯୋଗ କରୁଛନ୍ତି । ସେପଟେ ମିନା ବଜାର ବସିଥିବାରୁ ଧୀରେ ଧୀରେ ଲୋକଙ୍କ ଗହଳି ବଢୁଥିବା ଦେଖିବାକୁ ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories