www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ଅଧିକ ଅଏଲ୍‌ ପାମ କାରଖାନା ପ୍ରତିଷ୍ଠା କରାଯିବା ଆବଶ୍ୟକ: କୃଷିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅଏଲ୍‌ ପାମ୍‌ ଉତ୍ପାଦନର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ଏବଂ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଧିକ ଅଏଲ୍‌ ପାମ୍‌ କାରଖାନା ପ୍ରତିଷ୍ଠା କରାଯିବା ଦରକାର ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନାସନାଲ ମିଶନ ଅନ୍‌ ଏଡିବୁଲ୍‌ ଅଏଲ୍‌ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଏଲ୍‌ ପାମ ଚାଷର ପ୍ରସାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ବେସରକାରୀ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଥିବା ବୁଝମଣାପତ୍ରର ପୁନଃସମୀକ୍ଷା କରିବା ପାଇଁ କହିଥିଲେ। ଏଥି ସହିତ ବୁଝାମଣାପତ୍ର ଅନୁଯାୟୀ ଉଦ୍ଦିଷ୍ଟ ଜିଲ୍ଲାରେ ଅଏଲ୍‌ ପାମ କାରଖାନା ପ୍ରତିଷ୍ଠା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କମ୍ପାନୀମାନଙ୍କୁ କହିଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଏଲ୍‌ ପାମ ଚାଷର ପ୍ରସାର ଓ ତେଲ ଉତ୍ପାଦନ ନିମନ୍ତେ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଭିନ୍ନ ବେସରକାରୀ କମ୍ପାନୀମାନଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ମଧ୍ୟ ସାମିଲ କରାଯିବା ସହିତ ନୂତନ ଆଗ୍ରହୀ କମ୍ପାନୀମାନଙ୍କ ସହିତ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସମସ୍ତଙ୍କ ସହଭାଗିତା ଓ ଉତ୍ତରଦାୟିତ୍ୱ ବଣ୍ଟନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଚାଷର ପ୍ରସାର ନିମନ୍ତେ କମ୍ପାନୀମାନଙ୍କ ପକ୍ଷରୁ ସ୍ଥାୟୀ ନର୍ସରୀ ପ୍ରତିଷ୍ଠା କରାଯାଇ ଉତ୍ତମ ମାନର ଚାରା ଉତ୍ପାଦନ କରିବା ଓ ଚାଷୀମାନଙ୍କୁ ଯୋଗାଇଦେବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।
କମ୍ପାନୀମାନଙ୍କ ଦ୍ୱାରା ଅଏଲ୍‌ ପାମ୍‌ ଚାଷ କରାଯାଉଥିବା ଅଞ୍ଚଳଗୁଡ଼ିକୁ ଜିଓ ଟ୍ୟାଗିଂ କରାଯିବା ପାଇଁ ବୈଠକରେ ପରାମର୍ଶ ଦିିଆଗଲା ଏବଂ କମ୍ପାନୀମାନଙ୍କ ଦ୍ୱାରା ଅଏଲ୍‌ ପାମ୍‌ ଚାଷକୁ କୃଷି ଉତ୍ପାଦନ କ୍ଲଷ୍ଟର ଭାବରେ ବିବେଚନା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପରାମର୍ଶଦାତା କମିଟି ଗଠନ କରିବା ପାଇଁ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଗଲା। ସ୍ଥାନୀୟ ଜଳବାୟୁ ଓ ମୃତ୍ତିକାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ବୁଝାମଣାପତ୍ର ସ୍ୱାକ୍ଷର ଅନୁଯାୟୀ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, ବରଗଡ଼, ଢେଙ୍କାନାଳ, ଯାଜପୁର, କଟକ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼, ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଅଏଲ୍‌ ପାମ୍‌ର ସଂପ୍ରସାରଣ କରାଯାଇଛି। ଆଗାମୀ ବର୍ଷରେ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯିବାର ଲକ୍ଷ୍ୟ ରଖାଯାଇଛି।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories