www.samajalive.in
Sunday, December 14, 2025
23.1 C
Bhubaneswar

ବସକୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଦେଉଳବାଡି ଗାଁରେ ଠିଆ ହୋଇଥିବା ଘରୋଇ ବସକୁ ଧକ୍କା ଦେଇ ବାଇକ ଚାଳକ ସୁଶାନ୍ତ ପ୍ରାସ୍କା ଗୁରୁତର ହୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ଆଜି ସୁନାଖଣ୍ଡି ଠାରୁ ରାୟଗଡା ଅଭିମୁଖେ ଯାଉଥିବା ଅର୍ଣ୍ଣପୁର୍ଣ୍ଣା ଘରୋଇ ବସଟି ଦେଉଳବାଡି ଗାଁରେ ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଠିଆ ହୋଇ ଥିବା ବେଳେ ଏକ ବାଇକରେ ସୁଶାନ୍ତ ପ୍ରାସ୍କା ଆସି ବସକୁ ଧକ୍କା ଦେଇ ଥିଲେ ।  ଯାହା ଫଳରେ ସୁଶାନ୍ତ ଗୁରୁତର ଅବସ୍ଥାରେ ପଡ଼ିଥିବାରୁ କିଛି ଲୋକ ରୋଗୀବୁହା ଗାଡିକୁ ଯୋଗାଯୋଗ କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ସମ୍ୟରଂଜନ ଜେନା ଦେଖି ପ୍ରାଥମିକ ଚିକିତ୍ସା କରି ଗୁରୁତର ରହିଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛନ୍ତି । ଉକ୍ତ ଯୁବକଙ୍କ ଘର ବୁଡ଼ାଗୁଡା ଗାଁର ବୋଲି ଜଣାପଡ଼ିଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories