www.samajalive.in
Monday, December 8, 2025
13.1 C
Bhubaneswar

ଜେଲ୍‌ ନା ବେଲ୍‌? ଆଜି ଜ୍ୟାକଲିନ୍‌ଙ୍କ ଭାଗ୍ୟ ପରୀକ୍ଷା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଆଜିକାଲି ନିଜ କାମ ଅପେକ୍ଷା ସୁକେଶ ଚନ୍ଦ୍ରଶେଖର ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ସୁକେଶ ସହ ସମ୍ପର୍କକୁ ନେଇ ଶ୍ରୀଲଙ୍କା ସୁନ୍ଦରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ବେଆଇନ ଅର୍ଥ କାରବାର ମାମଲାରେ ଦୀର୍ଘ ଦିନ ହେବ ଲଗାତାର ତାଙ୍କୁ ପଚରାଉଚରା କରାଯାଉଛି। ଯଦିଓ ଅଭିନେତ୍ରୀ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି, କିନ୍ତୁ ଆଜିର ଦିନ ଅର୍ଥାତ୍ ନଭେମ୍ବର ୧୧ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହାଠକ ତଥା ଜ୍ୟାକ୍‌ଲିନ୍‌ଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟିର ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀର ପଟିଆଲା କୋର୍ଟ ଅଭିନେତ୍ରୀଙ୍କୁ ଜେଲ୍‌ କି ବେଲ୍‌ ହେବ ସେନେଇ ଶୁକ୍ରବାର ରାୟ ଶୁଣାଇପାରନ୍ତି।

ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲାର ଶୁଣାଣି ପରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଜାମିନ ଆବେଦନ ଜାରି ରଖିବା ରାୟ ସଂରକ୍ଷିତ ରଖିଥିଲେ। ସେଦିନ ଶୁଣାଣି ପରେ କୋର୍ଟ କହିଥିଲେ ଯେ, ଶୁକ୍ରବାର ଏହି ରାୟ ପ୍ରକାଶ ପାଇବ। ଏଭଳି ପରିସ୍ଥିତିରେ ଯଦି ଆଜି ଜ୍ୟାକଲିନଙ୍କ ଜାମିନ ଆବେଦନ ଖାରଜ ହୁଏ, ତେବେ ଅଭିନେତ୍ରୀଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।

- Advertisement -

ଗୁରୁବାର ଶୁଣାଣି ସମୟରେ ପଟିଆଲା ହାଉସ କୋର୍ଟରେ ଅଭିନେତ୍ରୀଙ୍କୁ ଦିଆଯାଇଥିବା ଜାମିନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଥିଲା। ସେ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ଯେତେବେଳେ ମନି ଲଣ୍ଡ୍ରିଂ ସମ୍ପର୍କିତ ସମସ୍ତ ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଛି, ସେତେବେଳେ ଜ୍ୟାକଲିନଙ୍କୁ କାହିଁକି ଜାମିନ ଦିଆଯିବ? ଏହାସହ ସେ ଜ୍ୟାକଲିନଙ୍କ ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ, ଅଭିନେତ୍ରୀ ଦେଶ ଛାଡି ପଳାଇବାକୁ ଚେଷ୍ଟା କରିଛନ୍ତି। କେବଳ ଏତିକି ନୁହେଁ, ସେ ମାମଲାର ତଦନ୍ତରେ ମଧ୍ୟ ସହଯୋଗ କରିନାହାନ୍ତି। ଏଭଳି ପରିସ୍ଥିତିରେ ଜ୍ୟାକଲିନଙ୍କୁ ଜାମିନ ମିଳିବା ଉଚିତ ନୁହେଁ।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories